୧୦ ଲକ୍ଷ ଜରିମାନା ହୋଇପାରେ ,ସଂଶୋଧନ ହେବ ସିନେମାଟୋଗ୍ରାଫ ଆଇନ
ଚଳଚ୍ଚିତ୍ର ଚୋରି କିମ୍ବା ନକଲ କରିବା ମହଙ୍ଗା ପଡିବ। ଏହାକୁ ଦଣ୍ଡନୀୟ ଅପରାଧ ବିବେଚନା କରାଯିବ। ଏଥିରେ ୩ ବର୍ଷ ଜେଲଦଣ୍ଡ, ୧୦ ଲକ୍ଷ ଟଙ୍କା ଜରିମାନା ଅଥବା ଉଭୟ ଦଣ୍ଡବିଧାନ ହୋଇପାରେ। ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଏଭଳି ଏକ ପ୍ରସ୍ତାବକୁ ବୁଧୁବାର କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ଦେଇଛନ୍ତି।
ସିନେମାଟୋଗ୍ରାଫ ଆଇନ ୧୯୫୨ରେ ଆବଶ୍ୟକ ସଂଶୋଧନ ପାଇଁ ସିନେମାଟୋଗ୍ରାଫ ସଂଶୋଧନ ବିଲ ୨୦୧୯ ଆଗତ ନିମନ୍ତେ ମନ୍ତ୍ରାଳୟର ପ୍ରସ୍ତାବ ଦେଇଥିଲା। ଏଥିରେ ନୂଆ ଧାରା ୬ କକ ସାମିଲ କରାଯିବ ଏବଂ ସିନେମାଟୋଗ୍ରାଫ ଆଇନ ୧୯୫୨ରେ ଧାରା ୬କ ପରେ ଏହାକୁ ଯୋଡାଯିବ ବୋଲି ମନ୍ତ୍ରାଳୟ କହିଥିଲା। ମନ୍ତ୍ରାଳୟର ଏହି ପ୍ରସ୍ତାବକୁ ଗ୍ରହଣ କରାଯାଇଛି, ଏହାକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ମିଳିଥିବାରୁ ପରେ ଏହାକୁ ସଂସଦରେ ଆଗତ କରାଯିବ।