News

ଇସ୍ରୋ ଯିବେ ଓଡିଶାର ୨୦ ଜଣ ଯୁବ ଜ୍ୟୋତିର୍ବିଜ୍ଞାନୀ

J

ଇସ୍ରୋ  ଯିବେ ଓଡିଶାର ଯୁବ ଜ୍ୟୋତିର୍ବିଜ୍ଞାନୀ। ଟାଟାଷ୍ଟିଲ ପକ୍ଷରୁ ୨୦୧୯-୨୦ ପାଇଁ ୟଙ୍ଗ ଆଷ୍ଟ୍ରୋନମର ଟ୍ୟାଲେଣ୍ଟ ସର୍ଚ୍ଚ  ଅଭିଯାନ ଆରମ୍ଭ ହୋଇଛି। ଆଜି ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହ ଗତ ୨୦୧୮-୧୯ ବର୍ଷ ପାଇଁ ୱାଇଏଟିସରେ ବିଜେତା ହୋଇଥିବା ୨୦ ଛାତ୍ରଛାତ୍ରୀଙ୍କୁ ଇସ୍ରୋ ଅହମ୍ମଦାବାଦ କେନ୍ଦ୍ର ପରିଦର୍ଶନକୁ ପତାକା ଦେଖେଇ ଶୁଭାରମ୍ଭ କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ସାରା ରାଜ୍ୟର ୬୩ ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ମାତ୍ର ୨୦ ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଥିଲା। ୟାଟ୍ସର ଏହା ୧୩ତମ ସଂସ୍କରଣରେ  ଚଳିତଥର ବିଷୟବସ୍ତୁ ରହିଛି ବ୍ରହ୍ମାଣ୍ଡର ଆଶ୍ଚର୍ଯ୍ୟଗୁଡ଼ିକୁ ସନ୍ଧାନ  କରିବା। ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା   ଓ ଟାଟାର କର୍ପୋରେଟ ଯୋଗାଯୋଗ ମୁଖ୍ୟ କୁଲଭିନ୍ ସୁରୀ  ଉପସ୍ଥିତ ଥିଲେ।
ପଢନ୍ତୁ: ରାଜ୍ୟବାସୀଙ୍କୁ ମିଳିଲା ତାତିରୁ ଆଶ୍ଵସ୍ତି: ୪ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ ବିଭାଗ

Related posts

ଏଫ-୧୬ ସମ୍ପର୍କରେ ତଥ୍ୟ ଦେବନି ଆମେରିକା

Ratnamani Moharana

ରସଗୋଲା ଉତ୍ପତ୍ତି ବିବାଦ ପୁଣି ଥରେ ନୂଆ ମୋଡ ନେଇଛି, ଏବେ ମାମଲା ଯିବ କୋର୍ଟକୁ

ENO Beuro

କଟକ ବାଙ୍କିରେ ଅଘଟଣ : ମାଙ୍କଡ ଉଠାଇ ନେଲା ଶିଶୁ ପୁତ୍ରକୁ

ENO Beuro

Leave a Comment