News

ବରିଷ୍ଠଙ୍କୁ ଅଲୋଡା କରି କନିଷ୍ଠଙ୍କୁ ସୁଯୋଗ ଦେଉଛି ବିଜେପି

ତେଜସ୍ୱିନୀ ନୁହେଁ ତେଜସ୍ୱୀଙ୍କୁ ଟିକେଟ୍‌ ଦେଲା ବିଜେପି..

ଦକ୍ଷିଣ ବେଙ୍ଗାଲୁରୁ ଆସନରେ ବିଜେପିର ପ୍ରାର୍ଥୀତ୍ବକୁ ନେଇ ଦୁଇଦିନ ହେଲା ଦଳରେ ହାଇଡ୍ରାମା ଦେଖିବାକୁ ମିଳିଥିଲା। ଶେଷ‌ରେ ବିଜେପିର ଉଦୀୟମାନ ଯୁବ ନେତା ତଥା ଆଇନଜୀବୀ ତେଜସ୍ବୀ ସୂର୍ଯ୍ୟ  କର୍ଣ୍ଣାଟକର ମର୍ଯ୍ୟାଦାଜନକ ଆସନ ‘ବେଙ୍ଗାଲୁରୁ ଦକ୍ଷିଣ’ରୁ ନିର୍ବାଚନ ଲଢ଼ିବେ ବୋଲି ସ୍ଥିର ହୋଇଛି। ୨୮ ବର୍ଷୀୟ ତେଜସ୍ବୀ ବେଙ୍ଗାଲୁରୁ ଦକ୍ଷିଣରୁ ନିର୍ବାଚନ ଲଢ଼ିବେ।ପୂର୍ବରୁ ଏହି ଆସନରୁ ଦିବଗଂତ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର  ପ୍ରାର୍ଥୀ ହୋଇ ଆସୁଥିଲେ। ସେ ୫ ଥର ଏହି ଆସନରୁ ଜିତିଛନ୍ତି। କୁହାଯାଉଥିଲା ଯେ ଚଳିତ ନିର୍ବାଚନରେ ଏଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ଅନନ୍ତ କୁମାରଙ୍କ ପତ୍ନୀ ପ୍ରାର୍ଥୀ ହେବେ। ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ବିଜେପି ସୂର୍ଯ୍ୟଙ୍କୁ ପ୍ରାର୍ଥୀ କରିଛି।

ସୂର୍ଯ୍ୟ ଟ୍ୱିଟ୍‌ କରି ନିଜର ଖୁସି ବ୍ୟକ୍ତ କରିଛନ୍ତି ସେ ନିଜ ଟୁଇଟ  ରେ ଲେଖିଛନ୍ତି , “ ମୁଁ ନିଜକୁ ବିଶ୍ୱାସ କରିପାରୁନାହିଁ। ବିଶ୍ୱର ସବୁଠାରୁ ବଡ଼ ଗଣତନ୍ତ୍ରର ପ୍ରଧାନମନ୍ତ୍ରୀ ଓ ଦେଶର ସବୁଠାରୁ ବଡ଼ ରାଜନୀତିକ ଦଳର ସଭାପତି ମୋ ଭଳି ଜଣେ ୨୮ ବର୍ଷୀୟ ଯୁବକଙ୍କ ଉପରେ ଭରସା କରିବା ସହ ଦକ୍ଷିଣ ବେଙ୍ଗାଲୁରୁ ଭଳି ଆସନ ପାଇଁ ପ୍ରାର୍ଥୀ କରିଛନ୍ତି। ଏହା କେବଳ ‘ମୋ ବିଜେପି ’ରେ ସମ୍ଭବ ହୋଇପାରେ। ସେହିପରି ନରେନ୍ଦ୍ର ମୋଦିଙ୍କ ନୂଆ ଭାରତରେ ଏଭଳି ଘଟଣା ଘଟେ। ମୁଁ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ହୃଦୟରୁ ଧନ୍ୟବାଦ ଦେଉଛି।”
ପଢନ୍ତୁ: ଆଜିଠୁ ଆରମ୍ଭ ‘ମୁଁ ନବୀନଙ୍କ ପାଇଁ କହୁଛି’ ଅଭିଯାନ: ଡ. ଅମର ପଟ୍ଟନାୟକ କଲେ ଶୁଭାରମ୍ଭ

Related posts

ନିଷ୍ଠୁର ହେଲା ମା : ନିଆଁରେ ପୋଡ଼ି ହୋଇଯାଇଥିବା ୭ ମାସର ଝିଅ ଶେଷରେ ଆଖି ବୁଜିଲା

ENO Beuro

ଜୁଲାଇ ୨୭ରେ ହେବ ଚଳିତ ଶତାବ୍ଦୀର ଦୀର୍ଘତମ ପୂର୍ଣ୍ଣ ଚନ୍ଦ୍ରଗ୍ରହଣ

ENO Beuro

୧୫ ରୁ ବର୍ଷା ଏବଂ ଝଡ଼ ତୋଫାନ ସମ୍ଭାବନା

ENO Beuro

Leave a Comment