News

ଚଳନ୍ତା ଟ୍ରେନରେ ଆଉ ରହିବନି ଅସୁବିଧା, ଘଟଣାସ୍ଥଳରେ ହେବ ସମାଧାନ

ଚଳନ୍ତା ଟ୍ରେନରେ ଚୋରୀ, ପକେଟମାର, ଅସଦାଚରଣ,ହତ୍ୟା, ଦୁଷ୍କର୍ମ ଭଳି ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଯାତ୍ରୀ । ଏଭଳି ସମସ୍ୟା ସବୁକୁ ଦୂର କରିବା ସହ ଯାତ୍ରୀଙ୍କ ସୁବିଧା ପାଇଁ ଭାରତୀୟ ରେଳବାଇ ନୂଆ ପଦକ୍ଷେପ ନେଇଛି ।

ନୂଆ ବ୍ୟବସ୍ଥା ଅନୁସାରେ ଯଦି ଆପଣଙ୍କୁ ଚଳନ୍ତା ଟ୍ରେନରେ କୌଣସି ଅସୁବିଧା ହେଉଛି, ତାହାର ସୂଚନା ଆପଣ ବଗିରେ ଉପସ୍ଥିତ ଥିବା ଟିଟିଇଙ୍କୁ ଦେଇପାରିବେ । ଆପଣଙ୍କ ଅଭିଯୋଗ ପରେ ଟିଟିଇ ରେଳୱେ କଣ୍ଟ୍ରୋଲ ରୁମକୁ ସମ୍ପର୍କ କରିବେ ଏବୋଂ ଆଗାମୀ ଷ୍ଟେସନ ପହଞ୍ଚିବା ପର୍ଯ୍ୟନ୍ତ ଆପଣଙ୍କ ସମସ୍ୟା ସମାଧାନ ହୋଇଯିବ ।

ଏଥିପାଇଁ ଟିଟିଇଙ୍କୁ ଏକ ସିୟୁଜି ମୋବାଇଲ ନମ୍ବର ଯୋଗାଇ ଦିଆଯିବ । ଏନେଇ ରେଳୱେ ବୋର୍ଡ଼ ସବୁ ରେଳ ଜୋନକୁ ନିର୍ଦ୍ଦେଶ ଦେଇଛନ୍ତି । ଚଳନ୍ତା ଟ୍ରେନରେ ଷ୍ଟେସନ ଠାରୁ ଆରମ୍ଭ କରି ଖାଦ୍ୟପେକ୍ଷ, ସୁରକ୍ଷା, ସଫାସୁତରା ସମ୍ମନ୍ଧିତ ଯଦି କିଛି ଅଭିଯୋଗ ଥାଏ, ତେବେ ଏନେଇ ରେଳୱେ ପ୍ରଶାସନ ଯାତ୍ରୀଙ୍କ ସୁବିଧା ପାଇଁ ଅଲଗା ଅଲଗା ଏସଏମଏସ୍ ନମ୍ବର ଜାରି କରିଛି ।

ଏହା ବ୍ୟତୀତ ଯାତ୍ରୀଙ୍କ ଅଭିଯୋଗ ପରେ ନିର୍ଦ୍ଧାରିତ ସମୟ ସୀମା ଭିତରେ ହିଁ ସମସ୍ୟାର ସମାଧାନ କରାଯିବ ବୋଲି ରେଳବାଇ ତରଫରୁ କୁହାଯାଇଛି ।

ପଢନ୍ତୁ, ଇଣ୍ଡୋନେସିଆର ବାଲିଦ୍ୱୀପରେ ଆଗ୍ନେୟଗିରି ଉଦ୍‌ଗୀରଣ, ହାଇ ଆଲର୍ଟ ଜାରି କଲା ପ୍ରଶାସନ

Related posts

ଜମ୍ମୁ କାଶ୍ମୀର ର ବାରମୁଲାରେ ଆତଙ୍କବାଦୀ ଙ୍କ ଆକ୍ରମଣ, ୪ ପୋଲିସ ସହିଦ,୨ ଗୁରୁତର ଆହତ

ENO Beuro

ମେଡିସିନ୍ ରେ ୨ ବୈଜ୍ଞାନିକଙ୍କୁ ନୋବେଲ

ENO Beuro

ହିନ୍ଦୁ ପୁଅକୁ ପ୍ରେମ କରିବାରୁ ଗଛରେ ବାନ୍ଧି ମାରିଲେ ବାପା ମା’

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More