• Home
  • News
  • ଶଶି ଥରୁରଙ୍କ ଅଫିସରେ ଭଙ୍ଗାରୁଜା
News

ଶଶି ଥରୁରଙ୍କ ଅଫିସରେ ଭଙ୍ଗାରୁଜା

ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍‍ଙ୍କ ସ୍ଥାନୀୟ ନିର୍ବାଚନମଣ୍ଡଳୀ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଛି। ବିଜେପି ଯୁବମୋର୍ଚ୍ଚାର କର୍ମୀମାନେ ଏହି ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। କାର୍ଯ୍ୟାଳୟ ଉପରେ ଆକ୍ରମଣ ସମୟରେ ଥରୁର୍‍ ସେଠାରେ ନ ଥିଲେ। ତେବେ ସ୍ଥାନୀୟ କେତେକ ଲୋକ ସେମାନଙ୍କ ଅଭିଯୋଗ ସାଂସଦଙ୍କୁ ଜଣାଇବା ପାଇଁ ସେଠାରେ ଉପସ୍ଥିତ ଥିଲେ।

ଏହି ଘଟଣା ନେଇ ଥରୁର୍ କହିଛନ୍ତି, ‘ମୁଁ ଜାଣିଛି ଯେ, ଏହା ହିନ୍ଦୁବାଦ ନୁହେଁ। ମୁଁ ଏକ ସାଧାରଣ ନାଗରିକର ଅଧିକାରରେ ପଚାରୁଛି ଯେ, ଦେଶରେ କ’ଣ ଚାଲିଛି ?’ଥରୁର୍‌ କିଛିଦିନ ତଳେ କହିଥିଲେ, ବିଜେପି ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ, ‘ଆଗାମୀ ନିର୍ବାଚନରେ ବିଜେପି ସରକାର ଗଠନ କଲେ, ସେ ସମ୍ବିଧାନ ବଦଳାଇ ଦେବ। ଭାରତ ହିନ୍ଦୁ ପାକିସ୍ତାନରେ ପରିବର୍ତ୍ତନ ହୋଇଯିବ।’ ଏହି ବକ୍ତବ୍ୟ ପରେ କଂଗ୍ରେସ ଥରୁର୍‌ଙ୍କୁ ତାଗିଦ୍‌ କରିଥିଲା।

କଂଗ୍ରେସ ଉକ୍ତ ଘଟଣାରେ ଅସନ୍ତୋଷ ପ୍ରକାଶ କରିଛି। ଏଭଳି ଏକ ଘୃଣ୍ୟ ଆକ୍ରମଣ ବିଜେପିର ଅସଲ ଚେହେରାକୁ ପଦାରେ ପକାଇ ଦେଇଛି ବୋଲି ରାଜ୍ୟ ବିରୋଧୀ ଦଳ ନେତା ରମେଶ ଚେନିଥାଲା କହିଛନ୍ତି। ଥରୁର୍‌ଙ୍କର ଏଭଳି ବୟାନ୍‌ ପାଇଁ ଥରୁର୍‌ କ୍ଷମାପ୍ରାର୍ଥନା କରନ୍ତୁ ବୋଲି ବିଜେପି ଚାହୁଥିବାବେଳେ ଥରୁର୍‌ କିନ୍ତୁ ନିଜ ବୟାନକୁ ଠିକ୍‌ ବୋଲି କହିଛନ୍ତି। ଅନ୍ୟ ପକ୍ଷରେ ଶଶି ଥରୁର୍‌ ଅଭିଯୋଗ ଆଣିଛନ୍ତି ଯେ ବିଜେପି କର୍ମୀମାନେ ତାଙ୍କୁ ହତ୍ୟା ଧମକ ଦେଇଛନ୍ତି।

ଶଶି ଥରୁରଙ୍କ ଅଫିସରେ ଭଙ୍ଗାରୁଜା ଶଶି ଥରୁରଙ୍କ ଅଫିସରେ ଭଙ୍ଗାରୁଜା sashitharoor

ପଢନ୍ତୁ; ନିଃସଙ୍ଗତାରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ତେବେ ଆପଣାନ୍ତୁ ଏହି ଉପାୟ

Related posts

ଖୁବ୍‌ ଶୀଘ୍ର ଲସ୍କର ଇ ତୋଇବା ସୟିଦ ହାଫିଜ୍‌ କୁ ଆତଙ୍କବାଦୀ ବୋଲି ଘୋଷଣା କରିପାରେ

Krishna Kumar Manoj

ସରକାରୀ ଅଧିକାରୀଙ୍କ ଛୁଟି ବାତିଲ, ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ

Krishna Kumar Manoj

ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଛି ରୋଟୋମାକ୍‌ କମ୍ପାନୀ

Krishna Kumar Manoj

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More