News

ଜୟଦେବ ବାଟିକା:ପ୍ରେମିକା ଓଢଣିରେ ଝୁଲି ପଡି ଆତ୍ମହତ୍ୟା କଲେ ପ୍ରେମିକ

ଭୁବନେଶ୍ୱର ଖଣ୍ଡଗିରି ଥାନା ଅନ୍ତର୍ଗତ ଜୟଦେବ ବାଟିକାରେ ସୋମବାର ପ୍ରେମିକା ଆଗରେ ଆତ୍ମହତ୍ୟା କରିଛି ପ୍ରେମିକ। ସେ ପୁଣି ପ୍ରେମିକାର ଓଢଣା ଦେଇ। ପ୍ରେମ ବ୍ୟାପାରକୁ ନେଇ ପ୍ରେମିକ ଜଣକ ଆତ୍ମହତ୍ୟା କରିଛି ବୋଲି ଜଣାପଡ଼ିଛି।

ପୋଲିସ ସୂଚନା ମୁତାବକ, ମୃତକ ଜଣକ ଏକ ଘରୋଇ ବ୍ୟାଙ୍କ୍‌ର ମ୍ୟାନେଜର। ତାଙ୍କ ଘର ବାଲେଶ୍ୱର ଜିଲାରେ।

ସେ ବିବାହିତ ଏବଂ ପରିବାର ସହ ଭୁବନେଶ୍ୱରର ବରମୁଣ୍ଡା ଅଞ୍ଚଳରେ ରୁହନ୍ତି। ତାଙ୍କର ଏକ ଛୋଟ ପୁଅ ମଧ୍ୟ ରହିଛି। ସେ ଯେଉଁ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ ସେଠାରେ ସିକ୍ୟୁରିଟି ଗାର୍ଡ ଥିବା ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ସୋମବାର ଅପରାହ୍ନ ପ୍ରାୟ ୩ଟାରେ ବ୍ୟାଙ୍କ ମ୍ୟାନେଜର ଏବଂ ତାଙ୍କ ପ୍ରେମିକା ଜୟଦେବ ବାଟିକା ପାର୍କକୁ ଯାଇଥିଲେ। ସେଠାରେ ଦୁହେଁ ହସଖୁସିରେ କଥାବାର୍ତ୍ତା ହୋଇଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କୁ ବିବାହ କରିବାକୁ କହିଥିଲେ। ହେଲେ ସେ ପୂର୍ବରୁ ବିବାହିତ ଥିବାରୁ ପୁଣି ଥରେ ବିବାହ କରିପାରିବେ ନାହିଁ ବୋଲି କହିଥିଲେ। ଏହାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ରାଗିଯାଇ ଯୁବକ ଜଣକ ପ୍ରେମିକାଙ୍କ ବେକରୁ ଓଢ଼ଣି ନେଇ ଗଛରେ ଝୁଲିପଡ଼ିଥିଲେ।

ଏହା ଦେଖି ପ୍ରେମିକା ଭୟଭୀତ ହୋଇପଡ଼ିବା ସହ ଦୌଡ଼ିଯାଇ ସିକ୍ୟୁରିଟି ଗାର୍ଡଙ୍କୁ ଡାକିଥିଲେ। ସିକ୍ୟୁରିଟି ଗାର୍ଡ ଆସି ଯୁବକଙ୍କୁ ତଳକୁ ଓହ୍ଲାଇଥିଲେ ହେଁ ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ଖବର ପାଇ ପୋଲିସ ପହଞ୍ଚତ୍ ମୃତଦେହ ଜବତ କରିଥିଲା।

ପଢନ୍ତୁ; କଞ୍ଚା ଆମ୍ବ ଖାଇବାଦ୍ଵାରା କଣ ଫାଇଦା ମିଳିଥାଏ ଆସନ୍ତୁ ଜାଣିବା!

Related posts

ଆସନ୍ତା ୧୦ରେ ଭାରତ ବନ୍ଦ

ENO Beuro

ତାତିରେ ରେକର୍ଡ ଭାଙ୍ଗିଲା ରାଜଧାନୀ,ଟପିଲା ୩୯ ଡିଗ୍ରୀ

ENO Beuro

ମହିଳା ଦିବସ ଅବସରରେ ତାଙ୍କୁ ପ୍ରେରଣା ଦେଇଥିବା ଜଣେ ୧୦୬ ବର୍ଷୀୟ ମହିଳାଙ୍କ କଥା କହିଲେ ପ୍ରଧାନମନ୍ତ୍ରୀ

ENO Beuro

1 comment

Leave a Comment