February 17, 2019

ମାଲିକ ପୁଅକୁ ହତ୍ୟା କରି ଫେରାର,କାନ୍ଥରେ ଲେଖିଲା,ମୁ ମାରିଛି

murder

ନିର୍ଯାତନା ଦେଲା,ହାଣି ଦେଲି

ମୁଁ ମଦ ପିଉଥିଲି ତାର କଣ ଗଲା। ମତେ ସବୁବେଳେ ନିର୍ଯାତନା ଦେଉଥିଲା । ଏଣୁ ମାରି ଦେଲି। ଏସବୁ କଥା ଅଙ୍ଗାରରେ କାନ୍ଥରେ ଲେଖି ହତ୍ୟା ପରେ ଚାକର ଫେରାର ହୋଇଯାଇଛି। ଖୋର୍ଦ୍ଧା ଆଦର୍ଶ ଥାନା ବାଘମାରୀ ଫାଣ୍ଡି ସିମୋର ଛକରେ ଏଭଳି ବୀଭତ୍ସ ହତ୍ୟାକାଣ୍ଡ ଘଟିଛି।

ଘର ଭିତରେ ଶୋଇଥିବା ବେଳେ ଟାଙ୍ଗିଆରେ ହାଣି ଯୁବକଙ୍କୁ ହତ୍ୟା କରିଥିବା ଚର୍ଚ୍ଚା ହେଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଛି।

ସକାଳେ ପରିବାରଲୋକେ ଟାଉନଥାନା ପୁଲିସକୁ ଖବର ଦେଇଥିଲୋ ଖବର ପାଇ ପୁଲିସ ପହଞ୍ଚି ସାଇଣ୍ଟଫିକ ଟିମ ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ଏହା ପ୍ରକୃତରେ ଘରେ ରହୁଥିବା ଯୁବକ କରିଛି ନା ଏହା ପଛରେ ଆଉ କଣ କାରଣ ଅଛି ସମସ୍ତ ଘଟଣା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

ପଢନ୍ତୁ;  ଆହୁରି ୨ ଦିନ ଥରାଇବ ଶୀତ ଲହରୀ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More