Entertainment

ସୋସିଆଲ ମିଡିଆରେ ଭାଇରାଲ ହେଲା ସାହିଦ କପୁରଙ୍କ ପୁଅ ଜୈନର ପ୍ରଥମ ଫଟୋ

ବଲିଉଡ ଅଭିନେତା ସାହିଦ କପୁର ଏବଂ ମିରା କପୁରଙ୍କ ୫ ସେପ୍ଟେମରରେ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ସାହିଦ ନିଜେ ଟ୍ୱିଟ କରି ପୁଅର ନାମକୁ ଘୋଷଣା କରିଥିଲେ ।

zain

ନିକଟରେ ମିରା ପ୍ରଥମଥର ପାଇଁ ପୁଅ ଜୈନର ଫଟୋକୁ ନିଜ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି । ଫଟୋରେ ଜୈନଙ୍କୁ ଖୁବ କ୍ୟୁଟ ଅନ୍ଦାଜରେ ଦେଖିବାକୁ ମିଳିଛି । ମିରା ଫଟୋ ସେୟାର କରି ଲେଖିଥିଲେ Hello World 🌼। ଜୈନଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସାହିଦଙ୍କ ଫ୍ୟାନ୍ସ ମଧ୍ୟ ଫଟୋକୁ ଖୁବ ପସନ୍ଦ କରିଛନ୍ତି ।

ସୂଚନାଯୋଗ୍ୟ,୨୦୧୬ ଅଗଷ୍ଟ ୨୬ରେ ମୀରାଙ୍କର ଗୋଟିଏ ଝିଅ ହୋଇଥିଲା। ଝିଅର ନାଁ ରଖାଯାଇଥିଲା ମିଶା। ୨୦୧୫ ଜୁଲାଇ ୭ରେ ସାହିଦ ମୀରା ରାଜପୁତଙ୍କୁ ବିବାହ କରିଥିଲେ।

ପଢନ୍ତୁ; ମହିଳା ଟି୨୦ ବିଶ୍ୱକପ୍‌: ଭାରତର ବିଜୟ ଅଭିଯାନ

Related posts

Mahendra Das – VikuSet || Special Interview || Jatra Duniya || Kalinga Gananatya

ENO Beuro

ଏକ ଭିଲେନ ସିକ୍ଵେଲରେ ସିଦ୍ଧାର୍ଥ ଓ କୀର୍ତି

ENO Beuro

ମାଡ୍ୟାମ୍‌ ତୁସାଦଙ୍କ ମ୍ୟୁଜିୟମ୍ ରେ ନିର୍ମିତ ଚାଲିଛି ଯୋଗଗୁରୁ ବାବା ରାମଦେବଙ୍କ ପ୍ରତିମୂର୍ତ୍ତି

ENO Beuro

Leave a Comment