POLITICALS

ତିନିଦିନିଆ ଭାରତ ଗସ୍ତରେ ଜାମ୍ବିଆ ରାଷ୍ଟ୍ରପତି ଏଡ଼ଗର ଲୁଙ୍ଗୁ

Ecewol4xkaajo3h 750x430

ଜାମ୍ବିଆ ରାଷ୍ଟ୍ରପତି ଏଡ଼ଗର ଲୁଙ୍ଗୁ  ତିନିଦିନିଆ ଭାରତ ଗସ୍ତରେ ଆସିଛନ୍ତି | ଆଜି ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯାଇଥିବାବେଳେ ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ମଧ୍ୟ ଉପସ୍ଥିତ ଥିଲେ | ଏହାପରେ ଲୁଙ୍ଗୁ ରାଜଘାଟ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସମାଧି ଉପରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ | ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିମନ୍ତ୍ରଣକୁ ରକ୍ଷା କରି ସେ ଭାରତ ଭ୍ରମଣରେ ଆସିଛନ୍ତି |  ତେବେ ଲୁଙ୍ଗୁଙ୍କ ଗସ୍ତକୁ ନେଇ ବେଦାନ୍ତ କମ୍ପାନୀ  ବିବାଦୀୟ ପ୍ରସଙ୍ଗ ସୃଷ୍ଟି କରିଛି  ।

 

ବେଦାନ୍ତ ପକ୍ଷରୁ କୁହାଯାଇଥିଲା ଯେ ଜାମ୍ବିଆରେ ଥିବା ବିବାଦୀୟ କଂକୋଲା ତମ୍ବା ଖଣିକୁ ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରାଯିବ | କିନ୍ତୁ ଜାମ୍ବିଆ ଦୂତାବାସ ପକ୍ଷରୁ କୁହାଯାଇଛି ଯେ ରାଷ୍ଟ୍ରପତି ଏହି ବିବାଦୀୟ ଖଣି ପ୍ରସଙ୍ଗରେ କୌଣସି ଆଲୋଚନା କରିବେ ନାହିଁ | ରାଷ୍ଟ୍ରପତି ଓ ତାଙ୍କ ପ୍ରତିନିଧି ମଣ୍ଡଳ ବେଦାନ୍ତ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ସହ କୌଣସି ବୈଠକ କରିବେ ନାହିଁ ବୋଲି ଜାମ୍ବିଆ ପକ୍ଷରୁ ରୋକଠୋକ କୁହାଯାଇଛି |

ସୂଚନାନୁସାରେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏପ୍ରିଲ ମାସରେ ଜାମ୍ବିଆ ଗସ୍ତରେ ଯାଇଥିଲେ । ଲୁଙ୍ଗୁଙ୍କୁ ଭାରତ ଆସିବାକୁ ନିମନ୍ତ୍ରଣ କରିଥିଲେ । ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିମନ୍ତ୍ରଣକୁ ରକ୍ଷା କରି ସେ ଭାରତ ଭ୍ରମଣରେ ଆସିଛନ୍ତି  ।

ପଢନ୍ତୁ: ଭକ୍ତଙ୍କ ପାଇଁ ବଡ ଦାଣ୍ଡରେ ବିଛାଗଲା ଗାଲିଚା

Related posts

ବିଜେଡ଼ିରୁ ଇସ୍ତଫା ଦେଲେ ହେମା ଗମାଙ୍ଗ !

ENO Beuro

ବିଜେଡ଼ିର ଗୁମର ଖୋଲିଲେ ପ୍ରକାଶ ମିଶ୍ର

Ratnamani Moharana

ଶତୃଘ୍ନଙ୍କ ଟିକଟ କଟିଲା ଏନଡିଏ: ନିଉଟନଙ୍କ ନିୟମ ଭଳି ଜବାବ ଦେବେ ଶତୃଘ୍ନ

Ratnamani Moharana

2 comments

ଗିରଫ ହେଲେ ପି.ଚିଦାମ୍ବରମ୍ August 22, 2019 at 11:32 am

[…] ତିନିଦିନିଆ ଭାରତ ଗସ୍ତରେ ଜାମ୍ବିଆ ରାଷ୍ଟ୍… […]

Leave a Comment