News

ବ୍ୟବସାୟୀଙ୍କ ବିରୋଧରେ ଦୁର୍ଷ୍କମ ଅଭିଯୋଗ ଆଣିଲେ ଜିନତ ଅମାନ!

ଜିନତ୍‌ଙ୍କ ନୂଆ ବୟାନ

ବର୍ଷୀୟନୀ ବଲିଊଡ ଅଭିନେତ୍ରୀ ଜିନତ ଅମାନ ମୁମ୍ବାଇର ଜଣେ ବ୍ୟବସାୟୀ ଅମନ ଖାନଙ୍କ ବିରୋଧରେ ଦୁର୍ଷ୍କମ ଓ ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ ଆଣିଛନ୍ତି। ଖାଲି ସେତିକି ନୁହେଁ, ବ୍ୟକ୍ତି ଜଣକ ଅନେକ ମହିଳାଙ୍କୁ ବିବାହ ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ଟଙ୍କା ଲୁଟୁଥିଲେ ବୋଲି ସେ ଅଭିଯୋଗ ଆଣିଛନ୍ତି। ସେ ୫ ଜଣ ମହିଳାଙ୍କ ସହ ପ୍ରତାରଣା କରିଥିବା ଜାଣିବାକୁ ମିଳିଛି।

ପୋଲିସରେ ହୋଇଥିବା ଅଭିଯୋଗରେ କୁହାଯାଇଛି କି, ମୁମ୍ବାଇର ବ୍ୟବସାୟୀ ସରଫରାଜ ଓରଫ ଅମନ ଖନ୍ନା (୩୮) ଜିନତ ଅମାନଙ୍କୁ କିଛି ଦିନରୁ ପିଛା କରୁଥିଲା । ଏହି ବ୍ୟବସାୟୀ ଜିନତଙ୍କୁ ହ୍ୱଟ୍ସ ଆପରେ ମଧ୍ୟ ଅଶ୍ଲିଳ ମେସେଜ ମଧ୍ୟ ଫଠାଉଥିଲା ତା ଉପରେ ଅଭିନେତ୍ରୀଙ୍କ ଘରେ ପଶି ତାଙ୍କ ସହିତ ର୍ଦୁବ୍ୟବହାର କରିବା ଏବଂ ସିକ୍ୟୁରିଟି ଗାର୍ଡଙ୍କୁ ପିଟିବା ମଧ୍ୟ ଅଭିଯୋଗ କରାଯାଇଛି । ଯେତବେଳେ ଜିନତ ବ୍ୟବସାୟୀ ଉପରେ ରେପ ର ଅଭିଯୋଗ ଆଣିଲେ ସେତବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହି ଘଟଣା ବର୍ତମାନ କ୍ରାଇମବ୍ରାଂଚ ଟିମ୍ କୁ ଦିଆଯାଇଛି।

ଉଲ୍ଲେଖଯୋଗ୍ୟ,ଅମନ ଖନ୍ନା ବହୁତ ପ୍ରକାର ବ୍ୟବସାୟରେ ଜଡିତ ଅଛନ୍ତି। ସେ ଫିଲ୍ମ ମେକିଙ୍ଗ ଏବଂ ରିୟଲ ଇଷ୍ଟେଟ ବ୍ୟବସାୟରେ ମଧ୍ୟ ଜଡିତ ଅଛନ୍ତି , ତା ସହିତ ସେ ମାନସିକରୋଗୀ ବୋଲି ମଧ୍ୟ ଶୁଣିବାକୁ ମଳିଛି । ଉକ୍ତ ବ୍ୟବସାୟୀ ବିରୁଦ୍ଧରେ ବାଙ୍ଗୁର ନଗର ରେ ମଧ୍ୟ ବହୁ ଅପରାଧିକ ମାମଲା ରହିଛି।

ପଢନ୍ତୁ; ସ୍ଵାମୀର କେଉଁ ଗୁଣ ସ୍ତ୍ରୀକୁ ଖରାପ ଲାଗିଥାଏ ଜାଣନ୍ତୁ ?

Related posts

ପାକିସ୍ତାନ ସହ ଯୁଦ୍ଧ ପାଇଁ ନୌସେନା ଆଇଏନେସର ପ୍ରସ୍ତୁତି

Ratnamani Moharana

କର୍ଣ୍ଣାଟକ ନୌକା ବୁଡି: ୮ ମୃତ ,୧୭ ଆହତ

ENO Beuro

ଦୁଇଦିନ ବାରଣାସୀରେ ଗସ୍ତରେ ମୋଦୀ,୫୦୦ କୋଟି ଟଙ୍କା ପ୍ରକଳ୍ପର କରିବେ ଉଦ୍‍ଘାଟନ

ENO Beuro

1 comment

Leave a Comment