February 18, 2019

ରିଲିଜ ହେଲା Zero ଫିଲ୍ମର ପ୍ରଥମ ଗୀତ ‘ମେରେ ନାମ ତୁ’

zero

ବଲିଊଡ ଅଭିନେତା ଶାହରୁଖ ଖାନ, କଟରୀନା କୈଫ ଏବଂ ଅନୁଷ୍କା ଶର୍ମାଙ୍କ ଅଭିନୀତ ‘ଜୀରୋ’ ରେ ଦର୍ଶକମାନଙ୍କର ହୃଦୟକୁ ଛୁଇଁଲା ପରି ପ୍ରସ୍ତୁତି। “ଜିରୋ”ରେ ଶାହରୁଖ ଖାନଙ୍କର ଲୁକ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ତାଙ୍କର ଡାୟଲଗ ସୋସିଆଲ ମିଡ଼ିଆରେ ଛାଇଯାଇଛି।

zero

ଗୀତଟିକୁ ରିଲିଜ କରିବା ପୂର୍ବରୁ ଶାହରୁଖ ଫିଲ୍ମର ଗୋଟିଏ ପୋଷ୍ଟର ଟ୍ବିଟ କରିଥିଲେ । ଯେଉଁଥିରେ ଦେଖିବାକୁ ମିଳିଛି ଶାହରୁଖ ସୂର୍ଯ୍ୟ କିରଣ ମଧ୍ୟରେ ଅନୁଷ୍କାଙ୍କ ମଥାରେ କିସ କରୁଥିବାର ।

ଏହି ପୋଷ୍ଟରକୁ ସେୟାର କରି ଶାହରୁଖ ଲେଖିଛନ୍ତି, “ବଉଆ ପ୍ୟାର ହେ, ଆଫିୟା ଉସୀ କେ ନାମ ହେ ।” ଅନ୍ୟପଟେ ଫିଲ୍ମର ନିର୍ଦ୍ଦେଶକ ଆନନ୍ଦ ଏଲ ରାୟ ଏହାକୁ ସେୟାର କରି ଲେଖିଛନ୍ତି, “ବଉଆ ସିଂହ ଦିଲ ଦେନେ ମେ କୋଇ କସର ନେହିଂ ଛୋଡ଼ତା । ବିଶ୍ବାସ ହେଉନାହିଁ ? କାଲି ଆପଣ ଦେଖି ନିଅନ୍ତୁ ମେରା ନାମ ତୁ ରେ ।”

ଏହି ଗୀତଟିକୁ କମ୍ପୋଜ କରିଛନ୍ତି ଅଜୟ-ଅତୁଲ ଏବଂ ଏହାକୁ ଗାଇଛନ୍ତି ଅଭୟ ଯୋଦାପୁରକର ।

ଉଲ୍ଲେଖଯୋଗ୍ୟ,କିଛି ଦିନ ପୂର୍ବରୁ ଫିଲ୍ମର ନୂଆ ପ୍ରୋମୋ ସାମ୍ନାକୁ ଆସିଥିଲା । ଏହି ପ୍ରୋମୋକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ ।

ପଢନ୍ତୁ; ମାର୍ଗଶୀର ମାସରେ କେଉଁ କାର୍ଯ୍ୟ କଲେ ଶୁଭଫଳ ମିଳିଥାଏ ଜାଣନ୍ତୁ?

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More