ଫ୍ରାଇଡେ ରିଲିଜ୍‌: ମୁକ୍ତିଲାଭ କଲା କିଙ୍ଗଖାନଙ୍କ ‘ଜିରୋ’

zero

ଆଜି ଫ୍ରାଇଡେ ରିଲିଜ୍‌ରେ ମୁକ୍ତିଲାଭ କରିଛି  କିଙ୍ଗଖାନ ଶାହରୁଖଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ “ଜିରୋ“।  ଏଥିରେ ଶାହରୁଖ୍ ଖାନ୍, କାଟ୍ରିନା କୈଫ୍, ଅଭୟ ଦେଓଲ, ତିଗ୍ମାଂଶୁ ଧୂଲିଆ ଏବଂ ଜାଭେଦ୍ ଜାଫ୍ରି ଅଛନ୍ତି ମୁଖ୍ୟ ଭୂମିକାରେ।।‘ଜିରୋ’ ସିନେମାରେ ଶାହରୁଖ୍ ଖାନ୍ ବାଉଆ ସିଂହ ଭୂମିକାରେ ନଜର ଆସିଛନ୍ତି।

zero

ପ୍ରଥମଥର ପାଇଁ ଏହି ଫିଲ୍ମରେ ଶାହାରୁଖଙ୍କୁ ଏକ ଭିନ୍ନ କ୍ୟାରେକ୍ଟରରେ ଦେଖିବାକୁ ମିଳିବ। କେବଳ ସେତିକି ନୁହେଁ ଅନୁଷ୍କା ମଧ୍ୟ ଜଣେ ନାଶା ବୈଜ୍ଞାନିକ ଚରିତ୍ରରେ ତାହା ପୁଣି ହ୍ବିଲ ଚେୟାର ଉପରେ ନଜର ଆସୁଥିବା ବେଳେ କ୍ୟାଟ୍ରିନା ଜଣେ ଆଲକୋହଲିକ୍‌ କ୍ୟାରେକ୍ଟରରେ ନଜର ଆସିବେ।

ବେଶ୍‌ କିଛିଦିନ ହେବ ଫିଲ୍ମକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଫ୍ୟାନମାନେ ଏହାର ରିଲିଜକୁ ଅପେକ୍ଷା ରଖିଛନ୍ତି। ଏହା ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି ନିର୍ମାତା ନିର୍ଦ୍ଦେଶକ ଆଶା ରଖିଛନ୍ତି। ଦୁବଇରେ ଏହାର ସ୍କ୍ରିନିଂ ସରିଥିବା ବେଳେ ଏହା ଏଥରର ଫ୍ରାଇଡେରେ ପରଦାକୁ ଆସିବ। ଏହି ଫିଲ୍ମ ଜରିଆରେ ପାଖାପାଖି ୧୦ ବର୍ଷ ପରେ ଆନନ୍ଦ ଏଲ୍‌ ରଏ ପୁଣିଥରେ ବଡ ପରଦାରେ ଦେଖାଦେବେ।

ପଢନ୍ତୁ;  ବିଡବ୍ଲୁଏଫ ମାନ୍ୟତା: ତୃତୀୟକୁ ଫେରିଲେ ସିନ୍ଧୁ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More