27 C
Bhubaneswar
October 24, 2020
EnewsOdia.Com
ନ୍ୟୁଜ୍

ନୂଆ ବର୍ଷକୁ ରଙ୍ଗୀନ କରିବ ମଦ

ଘଣ୍ଟା କଣ୍ଟାର ଗତି ଯେତେ ଆଗକୁ ବଢ଼ୁଛି, ହୃଦ୍‌ସ୍ପନ୍ଦନ ସେତେ ତୀବ୍ର ହେଉଛି । ପୁରୁଣା ବର୍ଷକୁ ବିଦାୟ ସହ ନୂଆ ବର୍ଷକୁ ସ୍ବାଗତ କରିବାକୁ  ସବୁଠି ଉତ୍ସାହ । ଜିରୋନାଇଟ ପାଇଁ ସେଲିବ୍ରେସନ ମୁଡରେ ରାଜଧାନୀବାସିନ୍ଦା । ଆଜି ମଧ୍ୟରାତ୍ରରେ ହେବ ଜିରୋ ନାଇଟ୍ ସେଲିବ୍ରେସନ୍ । ଏଥିପାଇଁ ରାଜଧାନୀ ଭୁବନେଶ୍ବର ଓ କଟକର ବିଭିନ୍ନ ତାରକା ହୋଟେଲ ଓ କ୍ଲବରେ ଜୋରଦାର ଆୟୋଜନ ହୋଇଛି । ନୂଆ ବର୍ଷକୁ ସ୍ୱାଗତ କରିବା ପାଇଁ ଲୋକେ ବିଭିନ୍ନ ହୋଟେଲ ଗୁଡିକରେ ବୁକିଂ କରିଛନ୍ତି । ସେଲିବ୍ରେସନ୍ ମାହୋଲରେ ମସଗୁଲ୍ ହୋଇଛି ପୂରା ସହର ।  ରାଜ୍ୟ ବାହାରର କଳାକାର ନୃତ୍ୟଗୀତ ପରିବେଷଣ କରିବେ । ଯୁବପୀଢ଼ିଙ୍କ ନୂଆବର୍ଷ ପାଳନର ଉତ୍ସାହକୁ ଦୃଷ୍ଟିରେ ରଖି ସହରର ଛୋଟ ବଡ଼ ହୋଟେଲ, ରେସ୍ତୋରାଁ, କଫିଶପ୍, ଶପିଂମଲ୍ ଓ ଡିଜେ କ୍ଲବ୍ଗୁଡ଼ିକରେ ‘ଜିରୋ ନାଇଟ୍’ ସେଲିବ୍ରେଶନ ଲାଗି ଜୋରଦାର ପ୍ରସ୍ତୁତି ଚାଲିଛି ।

ଜିରୋ ନାଇଟ ସେଲିବ୍ରେସନ୍ ପାଇଁ ରାତି ୧ଟା ପର୍ଯ୍ୟନ୍ତ ଖୋଲା ରହିବ ବାର୍ ଓ ଠିପି ଖୋଲା ମଦ ଦୋକାନ। ଭୁବନେଶ୍ବର, କଟକ ଓ ପୁରୀରେ ଏହା କାର୍ଯ୍ୟକାରୀ ହେବ। ଆଜି ଅବକାରୀ ବିଭାଗର ଅତିରିକ୍ତ ସଚିବ ଅବକାରୀ ବିଭାଗର କମିସନରଙ୍କୁ ଏଭଳି ଚିଠି ଦେଇଛନ୍ତି। ଅତିରିକ୍ତ ସଚିବଙ୍କ ଏଭଳି ଚିଠି ପରେ ଆଉ ଏକ ଘଣ୍ଟା ବାର ଓ ଠିପି ଖୋଲା ମଦ ଦୋକାନ ଖୋଲା ରଖିବାକୁ ମହଲତ ମିଳି ପାରିବ। ଚଳିତ ବର୍ଷ ପ୍ରଥମ ଥର ଲାଗି ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ବାର୍ ମାଲିକମାନେ ସ୍ବାଗତ କରିଥିବାବେଳେ ବୁଦ୍ଧିଜୀବୀମାନେ କିନ୍ତୁ ଏହାକୁ ନେଇ ଅସନ୍ତୋଷ ପ୍ରକଟ କରିଛନ୍ତି।

ପଢନ୍ତୁ: ପୁଣି ବଢ଼ିଲା ପାନ୍-ଆଧାର ଲିଙ୍କ୍ ଅବଧି

Related posts

ମାନିଲେନି ବିଡିଏର ପାର୍କିଂ ଫି’ ଆଦାୟ ବନ୍ଦ ନିର୍ଦ୍ଦେଶ, ନିର୍ଭୟରେ ଆଦାୟ କଲେ ଫି’

Ratnamani Maharana

ଛୁଟି ଦିନ ସତ୍ତ୍ୱେ ଫେବୃଆରୀ ୧ରେ ହେବ ବଜେଟ ଉପସ୍ଥାପନ

Ratnamani Maharana

ଶୁକ୍ରବାର ଲାଗିବ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ

Ratnamani Maharana

2 comments

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More