Entertainment

ରିଲିଜ୍ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ ଜିରୋର ଟ୍ରେଲର୍

ବଲିଊଡର କିଙ୍ଗ ଖାନ୍ ଶାହରୁଖ୍ ଅଭିନୀତ ବହୁ ପ୍ରତୀକ୍ଷିତ ଫିଲ୍ମ ଜିରୋର ଟ୍ରେଲର୍ ରିଲିଜ୍ ହୋଇଯାଇଛି। ୩ ମିନିଟ ୧୪ ସେକେଣ୍ଡର ଟ୍ରେଲର ଶାହରୁଖଙ୍କ ଜବରଦସ୍ତ ଅନ୍ଦାଜ ଦେଖିବାକୁ ମିଳିଛି ।

zero

ଫିଲ୍ମରେ କ୍ୟାଟ୍ରିନା କୈଫ୍ ଜଣେ ସୁପରଷ୍ଟାର୍ ଭୂମିକାରେ ଅଛନ୍ତି ଏବଂ ଅନୁଷ୍କା ଶର୍ମା ଜଣେ ଶାରିରୀକ ଅକ୍ଷମ ଯୁବତୀ ଭୂମିକାରେ ଅଭିନୀତ କରୁଛନ୍ତି । ଫିଲ୍ମର ବିଷୟବସ୍ତୁ ହେଉଛି ଶାହାରୁଖ ବଉଆ ସିଂହର ଭୂମିକାରେ ଦେଖିବାକୁ ମିଳିବେ । ଯିଏକି ମେରଠରେ ରହୁଛି ଏବଂ ୩୮ ବର୍ଷରେ ମଧ୍ୟ ନିଜ ସ୍ୱପ୍ନର ରାଣୀକୁ ଖୋଜୁଛି । କେବଳ ଏତିକି ନୁହେଁ ସେ ନିଜର ଉଚ୍ଚତା ନବଢିବାର କାରଣ ନିଜ ପିତାର ଗୁଟଖା ଖାଇବା ଅଭ୍ୟାସକୁ ଦାୟୀ କରିଛି ।

ଜିରୋର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ଆନନ୍ଦ ରାୟ। ଯିଏ ତନୁ ୱେଡ୍ସ ମନୁ ର ଉଭୟ ସିରିଜର ନିର୍ଦ୍ଦେଶକ ଥିଲେ । ଆଉ ଫିଲ୍ମକୁ ବକ୍ସ ଅଫିସରେ ମିଳିଥିଲା ଜବରଦସ୍ତ ସଫଳତା । ତେଣୁ ଶୁଣିବାକୁ ମିଳୁଛି ଶାହାରୁଖ ଏବଂ ଆନନ୍ଦଙ୍କ ଯୋଡି ନିଶ୍ଚୟ ନିଜ ଜଲୱା ଦେଖାଇବ । ଏବଂ କିଙ୍ଗ୍ ଖାନଙ୍କ ଜିରୋ ବଡ଼ ବଡ଼ ହିରୋଙ୍କ ଫିଲ୍ମକୁ ଦେବ ମାତ୍ ବୋଲି କୁହାଯାଇଛି।

ପଢନ୍ତୁ; ଗୃହ କମିଟିରେ ସତ୍ୟପାଠ ଦାଖଲ କଲେ ଅଭିଜିତ୍‌ ଆୟର

Related posts

ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କଲା ଏହି ଭିଡିଓ

ENO Beuro

ଗତ ୬ ବର୍ଷରୁ ଆଇପିଏଲରେ ବେଟିଂ ଲଗାଉଥିବା କଥାକୁ ସ୍ଵୀକାର କଲେ ଅରବାଜ୍ ଖାନ୍

ENO Beuro

ସୁଇଜରଲ୍ୟାଣ୍ଡରେ ସ୍ଥାପନା ହେବ ଶ୍ରୀଦେବୀଙ୍କ ପ୍ରତିମୂର୍ତ୍ତି

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More