Entertainment

ବ୍ୟବସାୟୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ : ଅଭିନେତ୍ରୀ ଜୀନତ ଅମାନ୍‌

ବଲିଉଡ୍‌ର ବର୍ଷୀୟାନ ଅଭିନେତ୍ରୀ ଜିନତ୍‌ ଅମାନ୍‌ ଜଣେ ବ୍ୟବସାୟୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ଜିନତ୍‌ଙ୍କ ପରିବାର ସହିତ ଅମର ଖାନ୍ନା ନାମକ ଏହି ବ୍ୟବସାୟୀଙ୍କର ପୂର୍ବରୁ ଚିହ୍ନାଜଣା ଥିଲା । ବିଗତ କିଛି ମାସ ହେବ ଅମର ତାଙ୍କ ସହିତ ଅସଦାଚରଣ କରୁଥିବା ଜିନତ୍‌ ଅଭିଯୋଗରେ ଦର୍ଶାଇଛନ୍ତି । ଏ ନେଇ ମୁମ୍ବଇ ପୁଲିସ ଭାରତୀୟ ପିଙ୍ଗଳ କୋର୍ଡର ବିଭିନ୍ନ ଧାରାରେ ଅସଦାଚରଣ ଏବଂ ମହିଳାଙ୍କୁ ଅସମ୍ମାନ ଅଭିଯୋଗରେ ଏକ ମାମଲା ରୁଜୁ କରିଛି ।

ପ୍ରାଥମିକ ତଦନ୍ତ ପରେ ପୁଲିସ କହିଛି, ଅଭିଯୁକ୍ତ ଏବଂ ଅଭିଯୋଗକାରିଣୀ ପୂର୍ବରୁ ପରସ୍ପରକୁ ଜାଣିଥିବା ବେଳେ କୌଣସି ପ୍ରସଙ୍ଗକୁ ନେଇ ସେମାନଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା । ପରେ ଅମରଙ୍କ ସହିତ ଜିନତ୍‌ କଥାବାର୍ତ୍ତା ବନ୍ଦ କରିଦେଇଥିଲେ ।କିନ୍ତୁ ତା’ପରେ ବି ଅମର ଖାନ୍ନା ଜୀନତଙ୍କୁ ଲଗାତର ଫୋନ୍‌ କରିବାରେ ଲାଗିଥିଲେ , ଯଦିଓ ଜୀନତ୍‌ ଫୋନ୍‌ ଉଠାଉ ନ ଥିଲେ । ଏଥିରେ କ୍ଷୁବ୍ଧ ହୋଇ ଅଭିନେତ୍ରୀ ଜୀନତ ଖାନ୍‌ ଅମର ଖାନ୍ନାଙ୍କ ବିରୁଦ୍ଧରେ ମୁମ୍ବାଇର ଜୁହୁ ପୁଲିସ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସର ସୂଚନା ଅନୁଯାୟୀ ଅମର ଫେରାର ଅଛନ୍ତି। ତେବେ ତାଙ୍କୁ ଧରିବା ଲାଗି ପୁଲିସ ତନଘନା ଜାରି ରଖିଥିବା ଜଣାଯାଇଛି ।

ଏଠାରେ ସୂଚନାଯୋଗ୍ୟଯେ ସତୁରି ଓ ଅଶି ଦଶକର ଲୋକପ୍ରିୟ ନାୟିକା ଜୀନତ୍‌ ଅମାନ୍‌ ହରେ ରାମା ହରେ କୃଷ୍ଣା, ସତ୍ୟମ୍‌ ଶିବମ୍‌ ସୁନ୍ଦରମ୍‌, ୟାଦୋଁ କି ବାରାତ୍‌ , ହୀରା ପନ୍ନା, ଡନ୍‌, ମହାନ୍‌ ଏବଂ ଦୋସ୍ତାନା, ସମେତ ୫୦ ରୁ ଅଧିକ ହିନ୍ଦୀ ସିନେମାରେ ନାୟିକା ଭୂମିକାରେ ନଜର ଆସିଥିଲେ । ସେ ଅଭିନେତା ମଜହର ଖାନ୍‌ଙ୍କୁ ବିବାହ କରିଥିଲେ । ତେବେ ୧୯୮୮ରେ ମଜହରଙ୍କ ମୃତ୍ୟୁ ଘଟିଥିଲା ।

ବ୍ୟବସାୟୀଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଲେ : ଅଭିନେତ୍ରୀ ଜୀନତ ଅମାନ୍‌ zeenat aman

ପଢନ୍ତୁ ;

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ନୂତନ ନିୟମ:ପ୍ରବାସ ବାସ ପାଇଁ ଯୋଗ୍ୟତା-ଭିତ୍ତିକ ଭିସା

Related posts

ପଦ୍ମାବତ ପରେ ଏବେ ମଣିକର୍ଣ୍ଣିକାକୁ ନେଇ ଉଠିଲା ବିରୋଧର ସ୍ୱର

Krishna Kumar Manoj

Odia Girl Barnali Hota Along With Her Band Euphony Declared Runners Up In Dil Hai Hindustani

Krishna Kumar Manoj

“Mun Jitu” New Odia Album Song Audio Of Jitu Rout

Jitendra

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More