News

ନିରାମିଷ ବଦଳରେ ଆମିଷ ଖାଦ୍ୟ ଦେଇ ଫସିଲା ଜୋମାଟୋ

Untitled 1

ଭାରତର ଏକ ଖାଦ୍ୟ ପରିବେଷଣ ସଂସ୍ଥା ଭାବେ  ନିଜର କାୟା ବିସ୍ତାର କରିଚାଲିଛି ଜୋମାଟୋ । ନିଜର କର୍ମମୟ ଜୀବନ ଭିତରେ ଫସି  ରହିଥିବା ଲୋକ ଅତି ସହଜରେ ପାଖରେ ପାଇଯାଏ ତାର ଖାଦ୍ୟ। ନିରାମିଷ, ଆମିଷ ଓ ବିଭିନ୍ନ ପ୍ରକାର ସ୍ଵାଦିଷ୍ଟ ବ୍ୟଞ୍ଜନ। ଭୁଲ ଖାଦ୍ୟ ପରିବେଷଣ କରି ନିକଟରେ ଅଡୁଆରେ ଫସିଛି ଜୋମାଟୋ। ନିରାମିଷ ଖାଇବାକୁ ଇଚ୍ଛୁକ ଗ୍ରାହକଙ୍କୁ ପରିବେଷଣ କରିଛି ଆମିଷ ଖାଦ୍ୟ। ନିରାମିଷ ତରକାରି  ପାଇଁ ବରାଦ ଦେଇଥିବା ଜଣେ ଓକିଲଙ୍କୁ ଆମିଷ ଖାଦ୍ୟ ପରିବେଷଣ କରିଥିବା କାରଣରୁ ଏକ ଖାଉଟି ଅଦାଲତ ଡେଲିଭରି ପ୍ଲାଟ୍‌ଫର୍ମ ‘ଜୋମାଟୋ’ ଏବଂ ସମ୍ପୃକ୍ତ ହୋଟେଲ୍‌ ଉପରେ ୫୫, ୦୦୦ ଟଙ୍କା ଜରିମାନା କରିଛନ୍ତି।

ସୂଚନାନୁସାରେ, ଓକିଲ ଶନମୁଖ ଦେଶମୁଖଙ୍କୁ ୪୫ ଦିନ ମଧ୍ୟରେ ଜରିମାନା ଅର୍ଥ ପ୍ରଦାନ କରିବାକୁ ଖାଉଟି ଅଦାଲତ ନିର୍ଦେଶ ଦେଇଛନ୍ତି। ଥରେ ନୁହେଁ ଦୁଇ ଥର ନିରାମିଷ ତରକାରି ପରିବେଷଣ କରାଯାଇଛି। ସେ ପନୀର ବଟର୍‌ ମସଲା ପାଇଁ ବରାଦ ଦେଇଥିଲେ, କିନ୍ତୁ ଦିଆଗଲା କୁକୁଡ଼ା ତରକାରି। ଦୁଇଟିଯାକ ବ୍ୟଞ୍ଜନ  ଦେଖିବାକୁ ଏକା ପ୍ରକାରର ହୋଇଥିବାରୁ ତାହା କୁକୁଡ଼ା ତରକାରି ବୋଲି ଜାଣି ନ ପାରି ସେ ଖାଇ ଦେଇଥିଲେ।

ଜୋମାଟୋ କହୁଛି ଯେ ଫୁଡ୍‌ ଡେଲିଭରି  ପ୍ଲାଟ୍‌ଫର୍ମକୁ ବଦନାମ କରିବାକୁ ଓକିଲ ଅଭିଯୋଗ କରିଛନ୍ତି। ଜୋମାଟୋ ତାଙ୍କୁ ବ୍ୟଞ୍ଜନ ବାବଦ ଅର୍ଥ ଫେରାଇ ଦେଇଥିଲା। ଜୋମାଟୋ ଖାଉଟି ଅଦାଲତରେ କହିଥିଲେ କି, ଭୁଲ୍‌ ତରକାରି ଦେଇଥିବାରୁ, ହୋଟେଲ୍‌ ହିଁ ଏଥିପାଇଁ ଦାୟୀ, କିନ୍ତୁ ଜୋମାଟୋ ମଧ୍ୟ ସମପରିମାଣରେ ଦାୟୀ ବୋଲି ଖାଉଟି ଅଦାଲତ କହିଛନ୍ତି। ହୋଟେଲ୍‌ ନିଜର ତ୍ରୁଟି ସ୍ୱୀମାର କରିଛି। ସେବା ଯୋଗାଣରେ ତ୍ରୁଟି କାରଣରୁ ଜୋମାଟୋ ଏବଂ ହୋଟେଲ୍‌ ଉପରେ ୫୦୦୦୦ ଟଙ୍କା ଏବଂ ମାନସିକ ନିର୍ଯାତନା ପାଇଁ ବାକି ଅର୍ଥ ଦେବାକୁ ଅଦାଲତ ଆଦେଶ ଦେଇଛନ୍ତି।

ପଢନ୍ତୁ: ବାପା ମା’ଙ୍କ ଆଗରେ ବଜେଟ୍ ଉପସ୍ଥାପନା କଲେ ନିର୍ମଳା ସିତାରମଣ

Related posts

ସାପ କାମୁଡାରେ ଦୁଇ ଭାଇଙ୍କ ମୃତ୍ୟୁ

ENO Beuro

ଭୋଟ୍ ଦେଲେ ବଲିଉଡର ପ୍ରମୁଖ ସିନେତାରକା

Ratnamani Moharana

ଗୋଆ ବିମାନବନ୍ଦରରେ ବିମାନରୁ ଖସିଲା ଇନ୍ଧନ ଟ୍ୟାଙ୍କ

Ratnamani Moharana

Leave a Comment