ଆଜି ୯୦ତମ ବାୟୁସେନା ଦିବସରେ ଭାରତୀୟ ବାୟୁସେନା ତା’ର କର୍ମଚାରୀଙ୍କ ପାଇଁ ନୂଆ ଧରଣର ‘କମ୍ବାଟ୍ ୟୁନିଫର୍ମ’ ପ୍ରଚଳନ କରିଛି। ‘ଡିଜିଟାଲ୍ କେମୋଫ୍ଲଜ୍ ୟୁନିଫର୍ମ’ କୁହାଯାଉଥିବା ଏହି ୟୁନିଫର୍ମର ‘ଫାଷ୍ଟ୍ ଲୁକ୍’କୁ ଏୟାର୍ ଚିଫ୍ ମାର୍ସାଲ୍ ବିବେକ ରାମ ଚୌଧରୀ ଉନ୍ମୋଚନ କରିଥିଲେ।
ସୂଚନାଯୋଗ୍ୟ, ଚଳିତ ଥର ପ୍ରଥମ କରି ଦିଲ୍ଲୀ ବାହାରେ ବାୟୁସେନା ଦିବସ ପାଳନ କରାଯାଉଛି। ଚଳିତ ବର୍ଷ ପ୍ରାରମ୍ଭରେ ଭାରତୀୟ ସେନା ମଧ୍ୟ ତା’ର ଯବାନମାନଙ୍କ ପାଇଁ ‘ଡିଜିଟାଲ୍ କେମୋଫ୍ଲଜ୍ ୟୁନିଫର୍ମ’ ପ୍ରଚଳନ କରିଥିଲା। ଏହି ନୂଆ ୟୁନିଫର୍ମ ପୂର୍ବ ୟୁନିଫର୍ମଠାରୁ ଭିନ୍ନ। ଏଥିରେ ପୁରଣା ‘ଅର୍ଗାନିକ୍ ପ୍ୟାଟର୍ଣ୍ଣ’ ପରିବର୍ତ୍ତେ ‘ପିକ୍ସେଲେଟେଡ୍ ଡିଜାଇନ୍’ କରାଯାଇଛି। ବିଶ୍ବର ସବୁ ଲଢୁଆ ବଳ ଏବଂ ସେନା ‘ଡିଜିଟାଲ୍ କେମୋଫ୍ଲଜ୍ ୟୁନିଫର୍ମ’ ପିନ୍ଧିଲେଣି।