ବକ୍ସ ଅଫିସରେ ରାଜ୍ କରୁଛି ହଲିଉଡ ଫିଲ୍ମ ‘ଅବତାର; ଦି ୱେ ଅଫ୍ ୱାଟର’

ବକ୍ସ ଅଫିସରେ ରାଜ୍ କରୁଛି ହଲିଉଡ ଫିଲ୍ମ ‘ଅବତାର; ଦି ୱେ ଅଫ୍ ୱାଟର’

ବକ୍ସ ଅଫିସରେ ରାଜ୍ କରୁଛି ହଲିଉଡ ଫିଲ୍ମ ‘ଅବତାର; ଦି ୱେ ଅଫ୍ ୱାଟର’ । ରିଲିଜହେବାର ୩ ଦିନ ମଧ୍ୟରେ ସିନେମାଟି ୧୩୩ କୋଟି ବ୍ୟବସାୟ କରି ରେକର୍ଡ କରିଛି ।

ବକ୍ସ ଅଫିସରେ ରାଜ୍ କରୁଛି ହଲିଉଡ ଫିଲ୍ମ ‘ଅବତାର; ଦି ୱେ ଅଫ୍ ୱାଟର’ । ରିଲିଜହେବାର ୩ ଦିନ ମଧ୍ୟରେ ସିନେମାଟି ୧୩୩ କୋଟି ବ୍ୟବସାୟ କରି ରେକର୍ଡ କରିଛି । ସେହିପରି ବିଶ୍ୱସ୍ତରରେ ୧୫ଶହ କୋଟିରୁ ଅଧିକ ବ୍ୟବସାୟ କରିଛି ।୨୦୦୯ ମସିହାରେ ଅବତାର ପାର୍ଟ ୱାନ ଆସିଥିଲା । ଏହାର ଠିକ୍ ୧୩ ବର୍ଷ ପରେ ନୂଆ ରୂପରେ ଦର୍ଶକଙ୍କ ନିକଟକୁ ଫେରିଛି ଅବତାର-୨ । ପାର୍ଟ -୧ର କାହାଣୀ ଯେଉଁଠୁ ସରିଛି, ସେଇଠୁ ଆରମ୍ଭ ହୋଇଛି ପାର୍ଟ ୨ର କାହାଣୀ । ରିଲିଜ ହେବାର ପ୍ରଥମ ଦିନରୁ ହିଁ ଫିଲ୍ମଟି ରେକର୍ଡ ସ୍ତରୀୟ ବ୍ୟବସାୟ କରୁଛି । ଏଥିପାଇଁ ପ୍ରାୟ ସିନେମା ହଲ ହାଉସଫୁଲ ରହିଛି । ସାରା ବିଶ୍ୱରେ ୫୨ ହଜାର ସିନେମା ହଲରେ ଏହାକୁ ରିଲିଜ କରାଯାଇଛି । ସେଥିମଧ୍ୟରୁ କେବଳ ଭାରତରେ ରହିଛି ୩ ହଜାର ସ୍କିନ୍ । ଯଦି ବ୍ୟବସାୟ କଥା କହିବା, ତେବେ ରିଲିଜ ପୂର୍ବରୁ କେବଳ ଭାରତର ୫ ଲକ୍ଷ ଟଙ୍କାର ଆଡଭାନ୍ସ ଟିକେଟ୍ ବୁକିଂ କରିଛି । ୨୫୦ ମିଲିୟନ ଡଲାର ବଜେଟ୍ରେ ନିର୍ମିତ ହୋଇଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଜେମ୍ସ କାମେରନ୍ । ବିଶେଷ କରି ଯୁବପିଢୀଙ୍କ ଭିତରେ ଅବତାର ଦେଖିବା ପାଇଁ ଅଭୁତପୂର୍ବ ଉତ୍ସାହ ଦେଖିବାକୁ ମିଳିଛି । ସିନେମାର ସବୁଠୁ ବଡ ୟୁଏସପି ହେଉଛି, ଏଥିରେ ବ୍ୟବହାର ହୋଇଥିବା ଭିଏଫଏକ୍ସ । ଯେତେବେଳେ ପୃଥିବୀରେ ଭିଏଫଏକ୍ସ ଜମାନା ଆସିନଥିଲା, ସାରା ସିନେମା ଜଗତକୁ ଭିଏଫଏକ୍ସ କଣ ଜଣାନଥିଲା, ସେ ସମୟରେ ଜେମ୍ସ କାମେରନ୍ ଏ ସବୁକୁ ଆରମ୍ଭ କରିଦେଇଥିଲେ । ପୂର୍ବରୁ ଟାଇଟନିକ୍, ଟିର୍ମିନାଟର ଭଳି ସୁପରହିଟ୍ ବ୍ଲକବ୍ଲଷ୍ଟର ହଲିଉଡ ଫିଲ୍ମ ଭେଟିଦେଇଥିବା ଜେମ୍ସ କାମେରନ୍ ଏଥର ବି ଫିଲ୍ମ ଅବତାରରେ ଜବରଦସ୍ତ ଭିଏଫଏକ୍ସର କମାଲ୍ ଦେଖାଇଛନ୍ତି । ପାର୍ଟ ୱାନ ଜଙ୍ଗଲକୁ ନେଇ ହୋଇଥଲା, ଯେଉଁଥିରେ ହାତୀ ଉଡୁଥିବା ଦେଖିବାକୁ ପାଇଥିଲେ ଦର୍ଶକ । ହେଲେ ଅବତାର ପାର୍ଟ ଟୁ ପାଣିରେ ହୋଇଛି, ଯେଉଁଠି କୁମ୍ଭୀର, ତିମୀ ଆଦି ଉଡୁଛି, ଯାହା ପୂରା ରିଏଲ ଲାଗୁଛି । ଏହି କ୍ରମରେ ଆଗକୁ ପାର୍ଟ ୩, ପାର୍ଟ ୪, ପାର୍ଟ ୫ ମଧ୍ୟ ଆସିବ । ତେବେ ୨୦୩୮ ସୁଦ୍ଧା ସମସ୍ତ ପାର୍ଟ ରିଲିଜ ହେବ । ଏସବୁ ସିନେମାର ବଜେଟ୍ ୧୧ ହଜାର କୋଟି ଟଙ୍କା ରହିଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.