ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ପାଶ୍ଚାତ୍ୟ ଦେଶ ଗୁଡିକ ୟୁକ୍ରେନକୁ ସମର୍ଥନ ଜଣାଉଛନ୍ତି । ଏହାରି ଭିତରେ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ବଡ଼ ଘୋଷଣା କରିଛନ୍ତି। କାନାଡା ୟୁକ୍ରେନକୁ ସାହାଯ୍ୟ କରିବା ପାଇଁ ଘୋଷଣା କରିଛି। ଟ୍ରୁଡୋ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ସହ କଥା ହୋଇ ସୈନ୍ୟ ଉପକରଣ ପଠାଇବା ନେଇ ପ୍ରତିଶ୍ରୁତି ଦେଇଛି।
ଟ୍ରୁଡୋ ଟ୍ୱିଟ କରି ଏ ବାବଦରେ ସୂଚନା ଦେଇଛନ୍ତି। ଏହାସହ ରୁଷ ଉପରେ ପ୍ରତିବନ୍ଧକ ଏବଂ ୟୁକ୍ରେନ ପାଇଁ ମନବୀୟ ସହାୟତା ଉପରେ ଆଲୋଚନା କରିଛନ୍ତି । ଟ୍ରୁଡୋ କହିଛନ୍ତି, ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କୁ କାନାଡା ସଂସଦକୁ ସମ୍ୱୋଧିତ ପାଇଁ ଆମନ୍ତ୍ରିତ କରାଯାଇଥିଲା। କାନାଡାର ଲୋକେ ୟୁକ୍ରନବାସୀଙ୍କ ସାହସ ଏବଂ ରାଷ୍ଟ୍ରପତିଙ୍କ ନେତୃତ୍ୱରେ ପ୍ରେରିତ ହୋଇଛନ୍ତି।