ଭାରତ ହାତରେ ଜି-୨୦ ଅଧ୍ୟକ୍ଷ ପଦ

ଭାରତ ହାତରେ ଜି-୨୦ ଅଧ୍ୟକ୍ଷ ପଦ

ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହୋଇଥିବା ଜି-୨୦ ବୈଠକ ବୁଧବାର ଶେଷ ହୋଇଥିବା ବେଳେ ଭାରତକୁ ଜି-୨୦ ଅଧ୍ୟକ୍ଷତା ହସ୍ତାନ୍ତର ହୋଇଛି । ଡିସେମ୍ବର ୧ ତାରିଖରୁ ଭାରତ ବିଧିବଦ୍ଧ ଭାବେ ଅଧ୍ୟକ୍ଷତା ଭାର ସମ୍ଭାଳିବ । ଗୋଟିଏ ବର୍ଷ ପାଇଁ ଭାରତ ପାଖରେ ଅଧ୍ୟକ୍ଷ ପଦ ରହିବ ।

ଇଣ୍ଡୋନେସିଆର ବାଲିରେ ଅନୁଷ୍ଠିତ ହୋଇଥିବା ଜି-୨୦ ବୈଠକ ବୁଧବାର ଶେଷ ହୋଇଥିବା ବେଳେ ଭାରତକୁ ଜି-୨୦ ଅଧ୍ୟକ୍ଷତା ହସ୍ତାନ୍ତର ହୋଇଛି । ଡିସେମ୍ବର ୧ ତାରିଖରୁ ଭାରତ ବିଧିବଦ୍ଧ ଭାବେ ଅଧ୍ୟକ୍ଷତା ଭାର ସମ୍ଭାଳିବ । ଗୋଟିଏ ବର୍ଷ ପାଇଁ ଭାରତ ପାଖରେ ଅଧ୍ୟକ୍ଷ ପଦ ରହିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଭାରତ ଜି-୨୦ର ଅଧ୍ୟକ୍ଷ ଭାବେ ସବୁ ସଦସ୍ୟଙ୍କୁ ସାଥୀରେ ନେଇ ଚାଲିବ । ଏହା ସହ କେତେକ ପ୍ରସଙ୍ଗରେ ନିର୍ଣ୍ଣାୟକ ପଦକ୍ଷେପ ମଧ୍ୟ ଗ୍ରହଣ କରାଯିବ । ଜି-୨୦ ଅଧ୍ୟକ୍ଷତା କାଳରେ ଭାରତର ବିଭିନ୍ନ ରାଜ୍ୟର ସହରରେ ୨୦୦ରୁ ଅଧିକ ପ୍ରାରମ୍ଭିକ ଓ ଅନ୍ୟାନ୍ୟ ବୈଠକ କରାଯିବ । ସେପଟେ ୟୁକ୍ରେନ-ରୁଷ୍ ଯୁଦ୍ଧ ଉପରେ ମୋଦୀ କିଛି ମାସ ତଳେ ଦେଇଥିବା ମନ୍ତବ୍ୟ ଜି-୨୦ ବୈଠକର ଆନୁଷ୍ଠାନିକ ଘୋଷଣା ପତ୍ରରେ ସ୍ଥାନ ପାଇଛି । ଏବେର ସମୟ ଯୁଦ୍ଧର ସମୟ ନୁହେଁ ବୋଲି ମୋଦୀ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ କହିଥିଲେ । ମୋଦୀଙ୍କ ଏହି ମନ୍ତବ୍ୟକୁ ଅଧିକାଂଶ ଦେଶ ପ୍ରଶଂସା କରିଥିଲେ ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.