ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର କହିଛନ୍ତି, ରୁଷିଆ ଅମାନବୀୟ ଭାବେ ୟୁକ୍ରେନ୍ ଉପରେ ଆକ୍ରମଣ କରୁଥିବା ବେଳେ ନାଟୋ କେବଳ କଟକଣା ଲାଗୁ କରି ନାଟ ଦେଖୁଛି। ମାନବତା ବିରୋଧରେ ହେଉଥିବା ଅପରାଧକୁ ଆମେ ଚୁପ୍ ହୋଇ ବସି ଦେଖିପାରିବୁ ନାହିଁ। ନାଟୋ ଏକ କାଗଜ ବାଘ ଛଡ଼ା ଆଉ କିଛି ନୁହେଁ। ଆମେରିକା ବି ଚୁପ୍ ହୋଇ ବସିବା ଉଚିତ ନୁହେଁ। ଆମେରିକା ଏଫ୍-୨୨ ଲଢ଼ୁଆ ଜେଟ୍ରେ ଚୀନ୍ର ପତାକା ଲଗାଇ ରୁଷ୍ ଉପରେ ବୋମାମାଡ଼ କରିବା ଉଚିତ। ତା’ପରେ ଆମେ କହିବା ଚୀନ୍ ଏହା କରିଛି। ତା’ପରେ ତାଙ୍କ ଭିତରେ ଝଗଡ଼ା ହଉ, ଆମର କ’ଣ ଅଛି! ଟ୍ରମ୍ପଙ୍କ ଏପରି ମନ୍ତବ୍ୟକୁ ବିରୋଧୀମାନେ ସମାଲୋଚନା କରିଛନ୍ତି। ରୁଷ୍ ୟୁକ୍ରେନ୍ ଉପରେ ପ୍ରଚଣ୍ଡ ଆକ୍ରମଣ କରି ଏହାକୁ ଛାରଖାର କରୁଥିବା ସମୟରେ ଜଣେ ପୂର୍ବ ରାଷ୍ଟ୍ରପତିଙ୍କ ଏଭଳି ବୟାନ ଆମେରିକାର ଗରିବାକୁ ନଷ୍ଟ କରୁଛି ବୋଲି ଡେମୋକ୍ରାଟ ନେତାମାନେ କହିଛନ୍ତି।