ଚତୁର୍ଥ ଦିନରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ

ଚତୁର୍ଥ ଦିନରେ ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। କିଭ୍‌ରେ ଋଷିଆର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନ ସମସ୍ତ ସାମର୍ଥ୍ୟ ଲଗାଇଛି।

ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚତୁର୍ଥ ଦିନରେ ପହଞ୍ଚିଛି। କିଭ୍‌ରେ ଋଷିଆର ଆକ୍ରମଣକୁ ପ୍ରତିହତ କରିବା ଲାଗି ୟୁକ୍ରେନ ସମସ୍ତ ସାମର୍ଥ୍ୟ ଲଗାଇଛି। ୟୁକ୍ରେନ ସେନା ଦୃଢ଼ ଭାବେ ଋଷିଆକୁ ଜବାବ ଦେଉଥିବା ସୂଚନା ମିଳିଛି। ପାଶ୍ଚାତ୍ୟ ଦେଶ ଗୁଡ଼ିକର ସାମରିକ ସହାୟତା ଘୋଷଣା ପରେ ୟୁକ୍ରେନ ଜବାବ ଦେବାକୁ ଶକ୍ତି ଯୁଟାଇଛି।


ବୁଝାମଣା ପାଇଁ ଋଷିଆର ପ୍ରସ୍ତାବକୁ ୟୁକ୍ରେନ ପ୍ରତ୍ୟାଖ୍ୟାନ କରି ଦେଇଛି। କୌଣସି ପରିସ୍ଥିତିରେ ଅଯୁକ୍ତିକର ସର୍ତ୍ତ ଗ୍ରହଣ କରିବା ସମ୍ଭବ ନୁହଁ ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଏବେ ବି କିଭ୍‌ ୟୁକ୍ରେନ ନିୟନ୍ତ୍ରଣରେ ରହିଛି। ତଥାପି କିଭ୍ ଉପରେ ଋଷିଆ ଜୋରଦାର ବୋମା ବର୍ଷଣ କରିଛି।
 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.