ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ

ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ

ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ  । ମଧ୍ୟପ୍ରଦେଶର ପୈତୃକ ଗାଁ ହୋସଙ୍ଗାବାଦରେ ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିଲ୍ଲୀ ସ୍ଥିତ ଘରେ ଶରଦଙ୍କର ଶେଷ ଦର୍ଶନ କରିଛନ୍ତି ବରିଷ୍ଠ ନେତା ଓ ବ୍ୟକ୍ତିବିଶେଷ ।

ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ ଯାଦବଙ୍କର ଆଜି ହେବ ଶେଷକୃତ୍ୟ  । ମଧ୍ୟପ୍ରଦେଶର ପୈତୃକ ଗାଁ ହୋସଙ୍ଗାବାଦରେ ଅନ୍ତିମ ସଂସ୍କାର କରାଯିବ । ଏହାପୂର୍ବରୁ ଦିଲ୍ଲୀ ସ୍ଥିତ ଘରେ ଶରଦଙ୍କର ଶେଷ ଦର୍ଶନ କରିଛନ୍ତି ବରିଷ୍ଠ ନେତା ଓ ବ୍ୟକ୍ତିବିଶେଷ । ଗତ ୧୨ ତାରିଖରେ ଗୁରୁଗ୍ରାମର ଫର୍ଟିସ ହସ୍ପିଟାଲରେ ୭୫ ବର୍ଷ ବୟସରେ ଶରଦ ଯାଦବଙ୍କ ପରଲୋକ ହୋଇଥିଲା । ବିୟୋଗ ନେଇ ଝିଅ ଶୁଭାଷିନୀ ସୂଚନା ଦେଇଥିଲେ । ୭ ଥର ଲୋକସଭା ଓ ୩ ଥର ରାଜ୍ୟସଭାକୁ ଯାଇଥିଲେ ଶରଦ ଯାଦବ ।

ଜେଡିୟୁର ପ୍ରଥମ ଜାତୀୟ ସଭାପତି ଥିଲେ ଶରଦ ଯାଦବ । ବିହାର ରାଜନୀତିରେ ଏକ ଅଲଗା ଚେହେରା ସୃଷ୍ଟି କରିଥିଲେ ଶରଦ ଯାଦବ । ୧୯୭୪ ମସିହାରେ ମଧ୍ୟପ୍ରଦେଶର ଜବଲପୁରରୁ ପ୍ରଥମ ଥର ପାଇଁ ଲୋକସଭାକୁ ହୋଇଥିଲେ ନିର୍ବାଚିତ । ଜେପି ମୁଭମେଣ୍ଟ ସମୟରେ ଚର୍ଚ୍ଚାକୁ ଆସିଥିଲେ ଶରଦ ଯାଦବ । ଅଟଳ ବିହାରୀ ବାଜପେୟୀ ଓ ଭିପି ସିଂହଙ୍କ ସରକାର ସମୟରେ କ୍ୟାବିନେଟ୍ ମନ୍ତ୍ରୀ ଥିଲେ । ୧୯୯୭ରେ ଜନତା ଦଳ ୟୁନାଇଟେଡର ସଭାପତି ଥିଲେ । ଶରଦ ଯାଦବଙ୍କ ବିୟୋଗରେ ରାଜନୈତିକ ମହଲରେ ଶୋକ ପ୍ରକାଶ ପାଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.