ସିଲିକନ ଭାଲି ବ୍ୟାଙ୍କ ପରେ ସିଗ୍ନେଚର ବ୍ୟାଙ୍କରେ ତାଲା

ସିଲିକନ ଭାଲି ବ୍ୟାଙ୍କ ପରେ ସିଗ୍ନେଚର ବ୍ୟାଙ୍କରେ ତାଲା

ଆମେରିକାର ବ୍ୟାଙ୍କ ଶିଳ୍ପ ଅତି ଖରାପ ସମୟ ଦେଇ ଗତି କରୁଛି। ସପ୍ତାହକ ଭିତରେ ଦେଶର ଦୁଇଟି ବଡ଼ ବ୍ୟାଙ୍କ ଦେବାଳିଆ ହୋଇଯାଇଛି। ଗତ ଶୁକ୍ରବାର ସିଲିକନ ଭାଲି ବ୍ୟାଙ୍କ ବନ୍ଦ ହୋଇଥିଲା।

ଆମେରିକାର ବ୍ୟାଙ୍କ ଶିଳ୍ପ ଅତି ଖରାପ ସମୟ ଦେଇ ଗତି କରୁଛି। ସପ୍ତାହକ ଭିତରେ ଦେଶର ଦୁଇଟି ବଡ଼ ବ୍ୟାଙ୍କ ଦେବାଳିଆ ହୋଇଯାଇଛି। ଗତ ଶୁକ୍ରବାର ସିଲିକନ ଭାଲି ବ୍ୟାଙ୍କ ବନ୍ଦ ହୋଇଥିଲା। ତାହାର ଦୁଇଦିନ ପରେ ନ୍ୟୁୟର୍କ ସହରସ୍ଥିତ ସିଗ୍ନେଚର ବ୍ୟାଙ୍କ ମଧ୍ୟ ବୁଡ଼ିଯାଇଛି। ଉଭୟ ବ୍ୟାଙ୍କର ନିୟନ୍ତ୍ରଣକୁ ଆମେରିକାର ଆର୍ଥିକ ନିୟାମକ ସଂସ୍ଥା ନିଜ ଅଧୀନକୁ ଆଣିଛନ୍ତି। ଜମାକାରୀମାନେ ଯେଭଳି ନିଜ ପାଣ୍ଠି ଫେରିପାଇବେ ସେଥିପାଇଁ ସରକାର ବ୍ୟବସ୍ଥା କରିଛନ୍ତି। ଆଜିଠାରୁ ସିଲିକନ ଭାଲି ବ୍ୟାଙ୍କର ଗ୍ରାହକମାନଙ୍କୁ ପାଣ୍ଠି ଉଠାଣ ସୁବିଧା ଦିଆଯାଇଛି। ସିଗ୍ନେଚର ବ୍ୟାଙ୍କର ଗ୍ରାହକମାନେ ମଧ୍ୟ ନିଜ ଅର୍ଥ ଫେରିପାଇବେ ବୋଲି ଆମେରିକା ସରକାର କହିଛନ୍ତି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.