ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ, ଗଡିଲା ଗାଡି

ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ, ଗଡିଲା ଗାଡି

ଶେଷରେ ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ, ଗଡିଲା ଗାଡି। ଗତକାଲି ରାତିରେ ଓଡ଼ିଶା ଡ୍ରାଇଭର ମହାସଂଘ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରାତିହାର କଲା ସଂଘ।

ଶେଷରେ ଆନ୍ଦୋଳନରୁ ଓହରିଲା ଓଡ଼ିଶା ଡ୍ରାଇଭର ମହାସଂଘ, ଗଡିଲା ଗାଡି। ଗତକାଲି ରାତିରେ ଓଡ଼ିଶା ଡ୍ରାଇଭର ମହାସଂଘ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରାତିହାର କଲା ସଂଘ। ଡ୍ରାଇଭର ମହାସଂଘର ଦାବି ଗୁଡିକ ବିଚାର କରିବାନେଇ ରାଜ୍ୟସରକାର ତିନି ମାସର ମହଲତ ମାଗିଥିବାବେଳେ ଏହି ୩ ମାସ ମଧ୍ୟରେ ସେମାନଙ୍କ ଦାବି ପୂରଣ ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ସକାଳୁ ବସ୍ ଚଳାଚଳ ଆରମ୍ଭ ହୋଇଛି ଏନେଇ ସୂଚନା ଦେଇଛି ସଂଘ ତେବେ ଆଜି ଦିନ ୧ଟା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବ ସଂଘ। 

ସୂଚନାନୁଯାୟୀ, ମୁଖ୍ଯ ଶାସନ ସଚିବ ଶ୍ରୀ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଡ୍ରାଇଭର ଏକତା ମହାସଂଘର ବରିଷ୍ଠ ଅଧିକାରୀ ଓ ସଦସ୍ୟଙ୍କ ଉପସ୍ଥିତିରେ ଆଜି ଅର୍ଥାତ୍ ୧୬ ମାର୍ଚ୍ଚ ୨୦୨୩ ସନ୍ଧ୍ୟା ୭ଟାରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଆଲୋଚନା ପରେ ଆସନ୍ତା ୩ ମାସ ମଧ୍ଯରେ ଡ୍ରାଇଭର ଏକତା ମହାସଂଘର ଦାବି ଗୁଡିକୁ ସମାଧାନ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.