ମାଙ୍କ ପରେ ଏବେ ପରଲୋକରେ ମହେଶ ବାବୁଙ୍କ ପିତା କୃଷ୍ଣ ଘଟ୍ଟାମାନେନିଙ୍କ

ମାଙ୍କ ପରେ ଏବେ ପରଲୋକରେ ମହେଶ ବାବୁଙ୍କ ପିତା କୃଷ୍ଣ ଘଟ୍ଟାମାନେନିଙ୍କ

ରବିବାର ରାତି ୧.୧୫ରେ ହୃଦଘାତର ଶିକାର ହୋଇଥିଲେ ଅଭିନେତା କୃଷ୍ଣା। ଏହା ପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅ

୨ ମାସ ତଳେ ମା’ଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଥିଲେ ତେଲୁଗୁ ସୁପରଷ୍ଟାର ମହେଶ ବାବୁ। ଏବେ ସେ ବାପଛେଉଣ୍ଡ ବି ହୋଇଗଲେ। ଏଠାରେ ଜଣାଇ ଦେଉଛୁ ଯେ ମହେଶ ବାବୁଙ୍କ ବାପା ତଥା ଅଭିନେତା କୃଷ୍ଣା ରବିବାର ହୃଦଘାତର ଶିକାର ହୋଇ ହାଇଦ୍ରାବାଦ୍‌ର କଣ୍ଟିନେଣ୍ଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। ସେଠା‌ରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସେ ଆଜି ଭୋର୍‌ ୪ଟାରୁ ତାଙ୍କର ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ପୂରା ତେଲୁଗୁ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳାଇ ଦେଇଛି।

ମିଳିଥିବା ସୂଚନା ମୁତାବକ, ରବିବାର ରାତି ୧.୧୫ରେ ହୃଦଘାତର ଶିକାର ହୋଇଥିଲେ ଅଭିନେତା କୃଷ୍ଣା। ଏହା ପରେ ତୁରନ୍ତ ତାଙ୍କୁ ହାଇଦ୍ରାବାଦର କଣ୍ଟିନେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଦେଖି ଡାକ୍ତର ଅଭିନେତା କୃଷ୍ଣାଙ୍କୁ ସିପିଆର ଦେଇଥିଲେ। ଏହା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ଯେ, କୃଷ୍ଣାଜୀଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୮ରେ ମହେଶ ବାବୁଙ୍କ ମାତା ଘଟ୍ଟାମନେନୀ ଇନ୍ଦିରା ଦେବୀଙ୍କର ଦେହାନ୍ତ ହୋଇଥିଲା।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.