ଖୁବଶୀଘ୍ର RJD ଛାଡିବେ ଲାଲୁଙ୍କ ବଡପୁଅ ତେଜ ପ୍ରତାପ

ଖୁବଶୀଘ୍ର RJD ଛାଡିବେ ଲାଲୁଙ୍କ ବଡପୁଅ ତେଜ ପ୍ରତାପ

ରାଷ୍ଟ୍ରୀୟ ଜନତା ଦଳରୁ (RJD) ଇସ୍ତଫା ଦେବେ ପାର୍ଟି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ । ଇସ୍ତଫା ନେଇ ନିଜେ ତେଜ ପ୍ରତାପ ନିଜ ଟ୍ବିଟରରେ ଘୋଷଣା କରିଛନ୍ତି ।

ରାଷ୍ଟ୍ରୀୟ ଜନତା ଦଳରୁ (RJD) ଇସ୍ତଫା ଦେବେ ପାର୍ଟି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ବଡ ପୁଅ ତେଜ ପ୍ରତାପ ଯାଦବ । ଇସ୍ତଫା ନେଇ ନିଜେ ତେଜ ପ୍ରତାପ ନିଜ ଟ୍ବିଟରରେ ଘୋଷଣା କରିଛନ୍ତି । ଟ୍ବିଟରେ ତେଜ ପ୍ରତାପ ଲେଖିଛନ୍ତି, ସେ ଦଳରେ ତାଙ୍କ ପିତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି । ତାଙ୍କର ସମସ୍ତ ଦଳୀୟ ନେତାଙ୍କ ପ୍ରତି ସମ୍ମାନ ରହିଛି । ପିତାଙ୍କ ସହ କଥା ହେବା ପରେ ଦଳରୁ ଇସ୍ତଫା ଦେବା ନେଇ ନିଷ୍ପତ୍ତି ନେଇଛନ୍ତି । ତେବେ ନିର୍ଦ୍ଦିଷ୍ଟ ଭାବେ ଇସ୍ତଫାର କାରଣ ସମ୍ପର୍କରେ ତେଜ ପ୍ରତାପ ଉଲ୍ଲେଖ କରିନାହାନ୍ତି । ପୂର୍ବରୁ ଦଳରେ ବହୁ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବରେ ରହିବା ସହ ବିହାରରେ ମଧ୍ୟ ଏକାଧିକ ଗୁରୁତ୍ବପୂର୍ଣ୍ଣ ପଦରେ ମନ୍ତ୍ରୀ ଭାବେ ଦାୟିତ୍ବ ସମ୍ଭାଳିଛନ୍ତି ତେଜ ପ୍ରତାପ ।

ତେବେ ତାଙ୍କର ଅଚାନକ ଇସ୍ତଫା ନିଷ୍ପତ୍ତି ପରେ ଏକାଧିକ ଭିନ୍ନ ଚର୍ଚ୍ଚା ମଧ୍ୟ ହେବାରେ ଲାଗିଲାଣି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଇଫତାର ପାର୍ଟିରେ ସାମିଲ ଘଟଣାକୁ ମଧ୍ୟ ତେଜ ପ୍ରତାପଙ୍କ ଏପରି ନିଷ୍ପତ୍ତି ସହ ଯୋଡି ଚର୍ଚ୍ଚା ହେବା ଆରମ୍ଭ ହୋଇଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.