ସାଧାରଣତଃ ପ୍ରତ୍ୟେକ ବ୍ୟକ୍ତିଙ୍କ ମୁହଁରେ କୌଣସି ନା କୌଣସି ସମୟରେ ବ୍ରଣ ସମସ୍ୟା ଦେଖାଦେଇଥାଏ। ସମସ୍ତେ ଏହି ବ୍ରଣକୁ ନେଇ ଚିନ୍ତିତ ହୋଇଥାନ୍ତି। କିନ୍ତୁ କଣ ଆପଣ ଏହି ବ୍ରଣର କାରଣ ଓ ନିରାକରଣ ବିଷୟରେ ଜାଣିଛନ୍ତି। ପ୍ରକୃତରେ ବ୍ରଣ ହେଉଛି ଏକ ସାଧାରଣ ଚର୍ମ ରୋଗ । ଯାହା ଉଭୟ ପୁରୁଷ, ମହିଳା ଓ ଛୋଟପିଲାଙ୍କ ପାଖରେ ଦେଖିବାକୁ ମିଳେ। ବିଶେଷକରି ଯୁବପିଢି ବ୍ରଣକୁ ନେଇ ଅଧିକ ଚିନ୍ତାରେ ରହିଥାନ୍ତି। ବ୍ରଣରୁ ମୁକ୍ତି ପାଇବା ପାଇଁ ମୁହଁରେ ଅନେକ ପ୍ରକାରର କ୍ରିମ୍ ଲଗାଇଥାନ୍ତି। କିନ୍ତୁ ବ୍ରଣ ହେବାର ମୁଖ୍ୟ କାରଣ ହେଲା ହରମୋନାଲ।
ଯେତେବେଳେ ପୁଅପିଲାଙ୍କର ଦାଢି ନିଶ ଉଠିବା ଆରମ୍ଭ କରେ ଓ ଝିଅମାନଙ୍କର ଋତୁସ୍ରାବ ଆରମ୍ଭ ହୁଏ , ସେ ସମୟରେ ଶରୀରରେ ହରମୋନାଲ ସନ୍ତୁଳନ ବିଗିଡି ଯାଇ ଆଣ୍ଡ୍ରୋଜେନ୍ ନାମକ ହରମୋନ୍ କ୍ଷରିତ ହୋଇଥାଏ । ଫଳରେ ମୁହଁର ଚର୍ମ ଭିତର ଛିଦ୍ର ବନ୍ଦ ହୋଇ ତ୍ୱଚାରେ ଅଧିକ ତେଲ ଜମା ହୋଇ ବ୍ରଣ ସୃଷ୍ଟି ହୋଇଥାଏ। ବ୍ରଣରେ ହାତ ମାରି ଏହାକୁ ଛିଣ୍ଡାଇ ଦେଲେ ବ୍ରଣ ଆହୁରି ଅଧିକ ବଢିଥାଏ। ଜୀବନଶୈଳୀ ଓ ମାନସିକ ଚାପ, ଚିନି, ଫାଷ୍ଟଫୁଡ୍, ଜଙ୍କଫୁଡ୍ ଅଧିକ ଖାଇବା ମଧ୍ୟ ବ୍ରଣ ହେବାର ପ୍ରମୁଖ କାରଣ ।