ସ୍କୁଲରେ ପଡ଼ିଛି ତାଲା। ପିଲାମାନେ ସକାଳୁ ସକାଳୁ ବିଦ୍ୟାଳୟ ଆସି ଫେରିଯାଇଛନ୍ତି। କାରଣ ନା ସ୍କୁଲରେ ପାଠପଢା ହେବ ନା ମିଳିବ ମଧ୍ୟାହ୍ନ ଭୋଜନ। ଗତ ୪ ଦିନ ହେଲା ରାଜ୍ୟର ସମସ୍ତ ସ୍କୁଲରେ ଏଭଳି ଦ୍ରୁଶ୍ଯ ଦେଖିବାକୁ ମିଳୁଛି। ଏହାର କାରଣ ଶିକ୍ଷକ ମାନଙ୍କର ସାମୁହିକ ଛୁଟି। କୋରାପୁଟଠାରୁ ଆରମ୍ଭ କରି ରାୟଗଡ଼ା, ପୁରୀ, ଅନୁଗୁଳରେ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ସାମୂହିକ ଛୁଟି ନେଇଯାଇଥିବାରୁ ସ୍ଥିତି ନିୟନ୍ତ୍ରଣ ବାହାରେ।
ସୂଚନାନୁସାରେ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ଡାକରାରେ ସାରା ରାଜ୍ୟର ବିଭିନ୍ନ ଜିଲ୍ଳାର ଶିକ୍ଷକମାନେ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବା ସହ ଶୁକ୍ରବାରଠାରୁ BEO କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଛନ୍ତି ।ସ୍ଥିତି ଜଟିଳ ଆଡ଼କୁ ଯାଉଥିବାରୁ ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ସଚିବଙ୍କ ସମ୍ମିଳନୀ ପ୍ରକୋଷ୍ଠରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର କର୍ମକର୍ତ୍ତାମାନଙ୍କ ସହ ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରାଯାଇଥିଲା। ମାତ୍ର ସେଥିରୁ କୌଣସି ସୁଫଳ ମିଳିପାରି ନାହିଁ।