୫୦ବର୍ଷରେ ପାଦଦେଲେ ପ୍ରିୟଙ୍କା

୫୦ବର୍ଷରେ ପାଦଦେଲେ ପ୍ରିୟଙ୍କା

‘ଲଡ୍‌କି ହୁଁ ଲଢ ସକ୍‌ତି ହୁଁ’  ନାରା ଦେଉଥିବା କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ଆଜି ଜନ୍ମଦିନ। ୫୦ବର୍ଷରେ ପାଦ ଦେଇଛନ୍ତି ପ୍ରିୟଙ୍କା।

‘ଲଡ୍‌କି ହୁଁ ଲଢ ସକ୍‌ତି ହୁଁ’  ନାରା ଦେଉଥିବା କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ଆଜି ଜନ୍ମଦିନ। ୫୦ବର୍ଷରେ ପାଦ ଦେଇଛନ୍ତି ପ୍ରିୟଙ୍କା। ଏଥିପାଇଁ ସକାଳୁ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏଥିସହ ତାଙ୍କ ସ୍ବାମୀ ରୋବର୍ଟ ଭଦ୍ରା ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରୋବର୍ଟ ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ କରି ପ୍ରିୟଙ୍କାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା। ଆଜି ତୁମ ପାଇଁ ବଡ ଦିନ। ଆଜିଠୁ ତୁମେ ପୂର୍ବ ଅପେକ୍ଷା ଅଧିକ ଅନୁଭବି ହୋଇଯାଇଛ। ଆଗାମୀ ବର୍ଷ ପାଇଁ ଶୁଭକାମନା। ଏଥିସହ ସେ ହାର୍ଟ ଏବଂ ସ୍ମାଇଲ୍‌ର ଇମୋଜି ମଧ୍ୟ ଦେଇଛନ୍ତି। ରୋବର୍ଟ ଆହୁରି ଲେଖିଛନ୍ତି, ତୁମେ ମୋର ଖୁସି, ଉତ୍ସାହ ଏବଂ ଶକ୍ତି। ତୁମର ଏବଂ ମୋ ପିଲାଙ୍କର ନିକଟରେ ରହିବା ମତେ ବଞ୍ଚିବାର କାରଣ ଦିଏ।  

ସୂଚନା ଅନୁଯାୟୀ, ପ୍ରିୟଙ୍କା ଏବଂ ରୋବର୍ଟଙ୍କ ବିବାହ ୧୯୯୭ରେ ହୋଇଥିଲା। ବିବାହ ସମୟରେ ପ୍ରିୟଙ୍କା ୨୦ବର୍ଷର ଥିଲେ ଏବଂ ରୋବର୍ଟ ୨୨ବର୍ଷର। କୁହାଯାଏ ସୋନିଆ ଗାନ୍ଧି ଏବଂ ରୋବର୍ଟଙ୍କ ବାପା ଏହି ବିବାହ ପାଇଁ ରାଜି ନଥିଲେ। ପରେ ପିଲାଙ୍କ ଜିଦ୍‌ ପାଇଁ ସେମାନେ ଦୁହିଁଙ୍କ ବିବାହ କରିବାକୁ ପ୍ରସ୍ତୁତ ହେଲେ। ଏହି ବିବାହରେ ମାତ୍ର ୧୫୦ ଲୋକ ସାମିଲ୍‌ ହୋଇଥିଲେ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.