ଆଜିଠୁ ଜୁନ ୬ ଯାଏଁ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
Loading...
‘ଲଡ୍କି ହୁଁ ଲଢ ସକ୍ତି ହୁଁ’ ନାରା ଦେଉଥିବା କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ଆଜି ଜନ୍ମଦିନ। ୫୦ବର୍ଷରେ ପାଦ ଦେଇଛନ୍ତି ପ୍ରିୟଙ୍କା।
‘ଲଡ୍କି ହୁଁ ଲଢ ସକ୍ତି ହୁଁ’ ନାରା ଦେଉଥିବା କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ଆଜି ଜନ୍ମଦିନ। ୫୦ବର୍ଷରେ ପାଦ ଦେଇଛନ୍ତି ପ୍ରିୟଙ୍କା। ଏଥିପାଇଁ ସକାଳୁ ପାର୍ଟିର କାର୍ଯ୍ୟକର୍ତ୍ତା ମାନେ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଉଛନ୍ତି। ଏଥିସହ ତାଙ୍କ ସ୍ବାମୀ ରୋବର୍ଟ ଭଦ୍ରା ମଧ୍ୟ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରୋବର୍ଟ ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ କରି ପ୍ରିୟଙ୍କାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସେ ଲେଖିଛନ୍ତି, ଜନ୍ମଦିନର ଶୁଭେଚ୍ଛା। ଆଜି ତୁମ ପାଇଁ ବଡ ଦିନ। ଆଜିଠୁ ତୁମେ ପୂର୍ବ ଅପେକ୍ଷା ଅଧିକ ଅନୁଭବି ହୋଇଯାଇଛ। ଆଗାମୀ ବର୍ଷ ପାଇଁ ଶୁଭକାମନା। ଏଥିସହ ସେ ହାର୍ଟ ଏବଂ ସ୍ମାଇଲ୍ର ଇମୋଜି ମଧ୍ୟ ଦେଇଛନ୍ତି। ରୋବର୍ଟ ଆହୁରି ଲେଖିଛନ୍ତି, ତୁମେ ମୋର ଖୁସି, ଉତ୍ସାହ ଏବଂ ଶକ୍ତି। ତୁମର ଏବଂ ମୋ ପିଲାଙ୍କର ନିକଟରେ ରହିବା ମତେ ବଞ୍ଚିବାର କାରଣ ଦିଏ।
ସୂଚନା ଅନୁଯାୟୀ, ପ୍ରିୟଙ୍କା ଏବଂ ରୋବର୍ଟଙ୍କ ବିବାହ ୧୯୯୭ରେ ହୋଇଥିଲା। ବିବାହ ସମୟରେ ପ୍ରିୟଙ୍କା ୨୦ବର୍ଷର ଥିଲେ ଏବଂ ରୋବର୍ଟ ୨୨ବର୍ଷର। କୁହାଯାଏ ସୋନିଆ ଗାନ୍ଧି ଏବଂ ରୋବର୍ଟଙ୍କ ବାପା ଏହି ବିବାହ ପାଇଁ ରାଜି ନଥିଲେ। ପରେ ପିଲାଙ୍କ ଜିଦ୍ ପାଇଁ ସେମାନେ ଦୁହିଁଙ୍କ ବିବାହ କରିବାକୁ ପ୍ରସ୍ତୁତ ହେଲେ। ଏହି ବିବାହରେ ମାତ୍ର ୧୫୦ ଲୋକ ସାମିଲ୍ ହୋଇଥିଲେ।
Shakespeare, in the beautiful garden, among the party. Some of the hall: in fact she was ever to.
ଆସନ୍ତା ଜୁନ୍ ୬ ତାରିଖ ଯାଏ ହେବ ପରୀକ୍ଷା ଖାତା ପୁନଃ ଯାଞ୍ଚ ପାଇଁ ଆବେଦନ ପ୍ରକ୍ରିୟା। ଏନେଇ ସୂଚନା ଦେଇଛନ୍ତି ବୋର୍ଡ । ଅସନ୍ତୁଷ୍ଟ ପରୀକ୍ଷାର୍ଥୀ ବୋର୍ଡ ୱେବସାଇଟରେ ପୁନଃ ଯାଞ୍ଚ ପାଇଁ ଆବେଦନ କରିପାରିବେ।
ବରଯାତ୍ରୀ ସହ ବାଜା, ରୋଷଣି ନେଇ ବର ବେଶରେ ବାହାରିବେ ମହାପ୍ରଭୁ। କେଦାରଗୌରୀ ମନ୍ଦିରରେ ମା’ ପାର୍ବତୀଙ୍କ ସହ ପ୍ରଭୁ ଲିଙ୍ଗରାଜଙ୍କ ହାତଗଣ୍ଠି ପଡ଼ିବ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ।
ପଞ୍ଚମ ଆଇପିଏଲ୍ ଟ୍ରଫିଠାରୁ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଆଉ ମାତ୍ର ଗୋଟିଏ ବିଜୟ ଦୂରରେ ରହିଛି। ଗୁଜରାଟ ଟାଇଟନ୍ସକୁ ୧୫ ରନ୍ରେ ପରାସ୍ତ କରି ଚେନ୍ନାଇ ସୁପର୍ କିଙ୍ଗ୍ସ ସିଧାସଳଖ ଫାଇନାଲ୍ରେ ପ୍ରବେଶ କରିଛି ଧୋନୀ ବାହିନୀ।