Loading...

ଦୁବାଇରେ ଅଟକ ‘ମହାଦେବ ଆପ୍‌’ର ମାଲିକ ରବି ଉପ୍ପଲ

ଦୁବାଇରେ ଅଟକ ‘ମହାଦେବ ଆପ୍‌’ର ମାଲିକ ରବି ଉପ୍ପଲ

‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍‌ପୋଲ୍‌’ ଜାରି କରିଥିବା ‘ରେଡ୍‌ ନୋଟିସ୍‌’ ଆଧାରରେ ‘ମହାଦେବ ଅନ୍‌ଲାଇନ୍‌ ବେଟିଙ୍ଗ୍‌ ଆପ୍‌’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି।

‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତରଫରୁ ‘ଇଣ୍ଟର୍‌ପୋଲ୍‌’ ଜାରି କରିଥିବା ‘ରେଡ୍‌ ନୋଟିସ୍‌’ ଆଧାରରେ ‘ମହାଦେବ ଅନ୍‌ଲାଇନ୍‌ ବେଟିଙ୍ଗ୍‌ ଆପ୍‌’ର ୨ଜଣ ମୁଖ୍ୟ ମାଲିକଙ୍କ ମଧ୍ୟରେ ଅନ୍ୟତମ ରବି ଉପ୍ପଲଙ୍କୁ ଦୁବାଇରେ ସ୍ଥାନୀୟ ପୁଲିସ ଅଟକ ରଖିଥିବା କଥା ଆଜି ସରକାରୀ ଅଧିକାରୀମାନେ କହିଛନ୍ତି। ଗତ ସପ୍ତାହରେ ଦୁବାଇରେ ୪୩ ବର୍ଷିୟ ଉପ୍ପଲଙ୍କୁ ଅଟକ ରଖାଯାଇଛି ଏବଂ ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରାଯିବା ଉପରେ ‘ପ୍ରବର୍ତ୍ତନ ନିର୍ଦେଶାଳୟ’ର କର୍ତ୍ତୃପକ୍ଷମାନେ ସେ ଦେଶର ସରକାରୀ କର୍ତ୍ତୃପକ୍ଷମାନଙ୍କ ସହିତ ଯୋଗସୂତ୍ର ରଖିଛନ୍ତି।

ସୂଚନାନୁସାରେ, ‘ଚାର୍ଜସିଟ୍‌’ରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅଦାଲତଙ୍କୁ ସୂଚନା ଦେଇଥି‌ଲା ଯେ, ଭାରତୀୟ ନାଗରିକତ୍ବ ପରିତ୍ୟାଗ କରି ନ ଥିଲେ ବି ଉପ୍ପଲ ପ୍ରଶାନ୍ତ ମହାସାଗରୀୟ ଦ୍ବୀପଦେଶ ଭ୍ୟାନୁଆଟୁର ‘ପାସ୍‌ପୋର୍ଟ’ ନେଇଛନ୍ତି। ‘ପ୍ରବର୍ତ୍ତନ ନିର୍ଦେଶାଳୟ’ ତଦନ୍ତ ଅନୁସାରେ, ‘ମହାଦେବ ଅନ୍‌ଲାଇନ୍‌ ବୁକ୍‌ ଆପ୍‌’ ‘ସଂଯୁକ୍ତ ଆରବ ଏମିରେଟସ୍‌’ରେ ଥିବା କେନ୍ଦ୍ରୀୟ ମୁଖ୍ୟ କାର୍ଯ୍ୟାଳୟରୁ ପରିଚାଳିତ ହେଉଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.