Loading...

ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ

ଜମ୍ମୁ ଓ କଶ୍ମୀରରୁ ସମ୍ବିଧାନର ଧାରା ୩୭୦ ଉଚ୍ଛେଦକୁ ବୈଧ ବୋଲି କହିଲେ ସୁପ୍ରିମକୋର୍ଟ

ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ବୈଧ ମୋହର ମାରିଲେ ସୁପ୍ରିମକୋର୍ଟ। ଜମ୍ମୁ କାଶ୍ମୀରରୁ ୩୭୦  ଧାରା ଉଚ୍ଛେଦକୁ ବୈଧ ଘୋଷଣା କଲାପରେ ଭାରତ ରାଷ୍ଟ୍ରସଂଘରେ ମିଶିବା ବେଳେ ଜମ୍ମୁ ଓ କଶ୍ମୀର ତା’ର ସାର୍ବଭୌମତ୍ବ ବା ଅଭ୍ୟନ୍ତରୀଣ ସାର୍ବଭୌମତ୍ବ ଧରି ରଖି ନ ଥିଲା ବୋଲି ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନ ବିଚାର ପତି ଡି. ୱାଇ. ଚନ୍ଦ୍ରଚୂଡ଼।

ମୋଦି ସରକାରଙ୍କ ନିଷ୍ପତ୍ତି ଉପରେ ବୈଧ ମୋହର ମାରିଲେ ସୁପ୍ରିମକୋର୍ଟ। ଜମ୍ମୁ କାଶ୍ମୀରରୁ ୩୭୦  ଧାରା ଉଚ୍ଛେଦକୁ ବୈଧ ଘୋଷଣା କଲାପରେ ଭାରତ ରାଷ୍ଟ୍ରସଂଘରେ ମିଶିବା ବେଳେ ଜମ୍ମୁ ଓ କଶ୍ମୀର ତା’ର ସାର୍ବଭୌମତ୍ବ ବା ଅଭ୍ୟନ୍ତରୀଣ ସାର୍ବଭୌମତ୍ବ ଧରି ରଖି ନ ଥିଲା ବୋଲି ପ୍ରତିକ୍ରିୟା ଦେଇଛନ୍ତି ପ୍ରଧାନ ବିଚାର ପତି ଡି. ୱାଇ. ଚନ୍ଦ୍ରଚୂଡ଼। ଏହି ରାୟକୁ ନେଇ ୫ ଜଣିଆ ଖଣ୍ଡପୀଠଙ୍କ ସହମତି ଥିବା ସୂଚନା ମିଳିଛି ।

ଜାମ୍ମୁ କାଶ୍ମୀରକୁ ପୁଣି ରାଜ୍ୟ ମାନ୍ୟତା ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଯଥା ଶୀଘ୍ର ଜାମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଫେରାଇବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଅନ୍ୟପଟେ ଲଦାଖକୁ କେନ୍ଦ୍ରଶାସିତ ଅଞ୍ଚଳ ଘୋଷିତ ନିଷ୍ପତ୍ତି ବଳବତ୍ତର ରଖିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଅନ୍ୟପଟେ ଜାମ୍ମୁ କାଶ୍ମୀରରେ ନିର୍ବାଚନ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ୨୦୨୪ ସେପ୍ଟେମ୍ବର ୩୦ ସୁଦ୍ଧା ନିର୍ବାଚନ ପାଇଁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଲେ ସର୍ବୋଚ୍ଚ କୋର୍ଟ ।

ସୂଚନାନୁସାରେ,  ୨୦୧୯ରେ ଜମ୍ମୁ ଓ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ଦେଉଥିବା ଧାରା ୩୭୦କୁ କେନ୍ଦ୍ର ସରକାର ଉଚ୍ଛେଦ କରିଥିଲେ । ଏହାପରେ ଜାମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ପରିବର୍ତ୍ତେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଥିଲା । ଜମ୍ମୁ ଓ କାଶ୍ମୀର ରାଜ୍ୟକୁ ଭାଙ୍ଗି ଦୁଇ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ ଓ କାଶ୍ମୀର ଏବଂ ଲଦାଖରେ ପରିଣତ କରାଯାଇଥିଲା । ମାତ୍ର NC, PDP ସମେତ ଏକାଧିକ ଦଳ ଏହାକୁ ବିରୋଧ କରିବା ସହ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିଲେ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.