Loading...

୨୦୨୪ ଆଇପିଏଲ ମହାସମର: ଡିସେମ୍ବର ୧୯ରେ ଦୁବାଇରେ ୩୩୩ ଜଣ ଖେଳାଳିଙ୍କ ନିଲାମୀ

୨୦୨୪ ଆଇପିଏଲ ମହାସମର: ଡିସେମ୍ବର ୧୯ରେ ଦୁବାଇରେ ୩୩୩ ଜଣ ଖେଳାଳିଙ୍କ ନିଲାମୀ

ଡିସେମ୍ବର ୧୯ରେ ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମୀ ଡକାଯିବ  । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଂଚାଇଜିଙ୍କ ନଜର ରଖିଛନ୍ତି । ଏଥିରେ ମୋଟ ୩୩୩ କ୍ରିକେଟରଙ୍କ ନାଁ ନିଲାମୀ ପାଇଁ ଚୂଡାନ୍ତ ହଇଛି।

ଡିସେମ୍ବର ୧୯ରେ ଦୁବାଇରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ସଂସ୍କରଣ ପାଇଁ ନିଲାମୀ ଡକାଯିବ  । ୩୩୩ ଜଣ ଖେଳାଳିଙ୍କ ଉପରେ ୧୦ ଫ୍ରାଂଚାଇଜିଙ୍କ ନଜର ରଖିଛନ୍ତି । ଏଥିରେ ମୋଟ ୩୩୩ କ୍ରିକେଟରଙ୍କ ନାଁ ନିଲାମୀ ପାଇଁ ଚୂଡାନ୍ତ ହଇଛି। ୩୩୩ ଖେଳାଳିଙ୍କ ମଧ୍ୟରୁ, ୨୧୪ ଜଣ ଭାରତୀୟ ଏବଂ ୧୧୯ ଜଣ ବିଦେଶୀ ଖେଳାଳି, ଯେଉଁମାନଙ୍କ ମଧ୍ୟରୁ ୨ ଖେଳାଳି ସହଯୋଗୀ ରାଷ୍ଟ୍ରର ଅଟନ୍ତି। ଏମାନଙ୍କ ମଧ୍ୟରେ ୧୧୬ ଖେଳାଳି ବିଭିନ୍ନ ଦେଶ ପାଇଁ ପ୍ରତିନିଧିତ୍ବ କରି ସାରିଛନ୍ତି, ବାକି ୨୧୫ ଖେଳାଳି ମାନେ ଘରୋଇ ଦଳ କ୍ରିକେଟ ଖେଳିଛନ୍ତି ଏବଂ ସହଯୋଗୀ ରାଷ୍ଟ୍ରମାନଙ୍କ ମଧ୍ୟରୁ ୨ ରହିଛନ୍ତି।

ସୂଚନାନୁସାରେ, ୨ କୋଟି ଟଙ୍କା ସର୍ବାଧିକ ମୂଳ ମୂଲ୍ୟ ଥିବା ବେଳେ ୨୩ ଜଣ ଖେଳାଳି ଏହି ସ୍ଲଟରେ ସେମାନଙ୍କର ନାମ ପଞ୍ଜିକରଣ କରିଛନ୍ତି। ସେହିପରି ୧୩ ଖେଳାଳି ୧.୫ କୋଟି ଟଙ୍କା ମୂଲ୍ୟର ନିଲାମ ତାଲିକାରେ ଅଛନ୍ତି। ଏହି ତାଲିକାରେ ଓଡ଼ିଶାର ଦୁଇ ଖେଳାଳି ବ୍ୟାଟର ଶୁଭ୍ରାଂଶୁ ସେନାପତି ଏବଂ ଲେଗ ସ୍ପିନର ମୁସ୍ତାକ ବେଗଙ୍କୁ ସ୍ଥାନ ମିଳିଛି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.