Loading...

ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ ହଟାଇବାକୁ ରାଜି ଓଏଫ୍‌ଡିସି, ବୈଠକକୁ ଆସିଲେଣି ନିଜେ ମନୋଜ

ମନୋଜ ମିଶ୍ରଙ୍କ ଉପରୁ ବ୍ୟାନ ହଟାଇବାକୁ ରାଜି ଓଏଫ୍‌ଡିସି, ବୈଠକକୁ ଆସିଲେଣି ନିଜେ ମନୋଜ

ଆଲୋଚନା ପୂର୍ବରୁ ମନୋଜଙ୍କୁ ଆସିବାକୁ ସେ ବାରମ୍ବାର ଫୋନ୍ କରିଥିଲେ। ହେଲେ ମନୋଜଙ୍କଠୁ କୌଣସି ଉତ୍ତର ମିଳିନଥିଲା। ଆଜିର ବୈଠକ ବେଳେ ମଧ୍ୟ ମନୋଜଙ୍କୁ ଯାଇଥିଲା କୁନା ତ୍ରିପାଠୀଙ୍କ ଫୋନ୍ କଲ।

ରାଜ୍ୟରେ ସିନେ-କଳାକାର ଓ ପ୍ରଯୋଜକଙ୍କ ମଧ୍ୟରେ ଚାଲିଥିବା କଳିର ସମାଧାନ ଲାଗି ଆଜି ବିଧିବଦ୍ଧ ଉଦ୍ୟମ ଆରମ୍ଭ ହୋଇଛି। ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ (ଓଏଫ୍‌ଡିସି)ର ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଅଭିନେତା ମନୋଜ ମିଶ୍ରଙ୍କ ଉପରୁ ବାସନ୍ଦ ଉଠାଇବା ନେଇ ସକାରାତ୍ମକ ଆଲୋଚନା ହୋଇଛି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଯୋଜକ ଟୁଟୁ ନାୟକ, ସିନେ କଳାକାର ସଂଘ ସଂପାଦକ ଶ୍ରୀତମ୍ ଦାସ ଓ ଅଭିନେତା-ପ୍ରଯୋଜକ ଅରିନ୍ଦମ ଯୋଗ ଦେଇଥିଲେ। ମାତ୍ର ମନୋଜ ମିଶ୍ରଙ୍କୁ ବୈଠକକୁ ଡକା ଯାଇଥିଲେ ହେଁ ସେ ଆସି ନଥିଲେ।  

ନାସିବାର କାରଣ କହିବାକୁ ଯାଇ ମନୋଜ କହିଛନ୍ତିକି, କୁନା ତ୍ରିପାଠୀ ମୋତେ ଫୋନ୍ କରିଥିଲେ। ମୁଁ ତାଙ୍କୁ ସମାଧାନର ବାଟ କହିଛି। ତେବେ ତେବେ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ କହିବା କଥା, ଏ ଆଲୋଚନା ପୂର୍ବରୁ ମନୋଜଙ୍କୁ ଆସିବାକୁ ସେ ବାରମ୍ବାର ଫୋନ୍ କରିଥିଲେ। ହେଲେ ମନୋଜଙ୍କଠୁ କୌଣସି ଉତ୍ତର ମିଳିନଥିଲା। ଆଜିର ବୈଠକ ବେଳେ ମଧ୍ୟ ମନୋଜଙ୍କୁ ଯାଇଥିଲା କୁନା ତ୍ରିପାଠୀଙ୍କ ଫୋନ୍ କଲ। ଆଉ ଏହାର ଉତ୍ତରରେ  ମନୋଜ ତାଙ୍କ ମୂଳ ବ୍ୟାନ୍ ପ୍ରସଙ୍ଗ ଛାଡ଼ି ଅନ୍ୟ କିଛି ପ୍ରସଙ୍ଗରେ ଦାବି ରଖିଥିବା କଥା କହିଛନ୍ତି OFDC ଅଧ୍ୟକ୍ଷ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.