Loading...

ଆପଣାନ୍ତୁ ରାବଣଙ୍କର ଏହି ନୀତି ବର୍ଷିବ ଧନ

ଆପଣାନ୍ତୁ ରାବଣଙ୍କର ଏହି ନୀତି ବର୍ଷିବ ଧନ

ପୁରାଣ ଶାସ୍ତ୍ରରେ ରାବଣକୁ ସବୁବେଳେ କୁବୁଦ୍ଧି ବା ମନ୍ଦବୁଦ୍ଧି ବୋଲି ବିବେଚନା କରାଯାଇଛି ।

ପୁରାଣ ଶାସ୍ତ୍ରରେ ରାବଣକୁ ସବୁବେଳେ କୁବୁଦ୍ଧି ବା ମନ୍ଦବୁଦ୍ଧି ବୋଲି ବିବେଚନା କରାଯାଇଛି । କିନ୍ତୁ ରାବଣ ସଂହିତା ଅନୁସାରେ ଏମିତି କିଛି ଉପାୟ ରହିଛି ଯାହାକୁ ଦୈନନ୍ଦିନ ଜୀବନରେ ଅବଲମ୍ବନ କଲେ ଧନ ବର୍ଷା ହେବା ସହିତ ପ୍ରତିଷ୍ଟା ମଧ୍ୟ ବୃଦ୍ଧି ହେବ । ଦେଖିବାକୁ ଗଲେ ଲଂକା ନରେଶ ରାବଣ ବହୁତ ବିଦ୍ୱାନ ଥିଲେ ଏବଂ ଅନେକ ଜ୍ଞାନର ଅଧକାରୀ ମଧ୍ୟ ଥିଲେ । ମହାଦେବଙ୍କ ପ୍ରକାଣ୍ଡ ଭକ୍ତ ଥିଲେ ରାବଣ ତେଣୁ ତାଙ୍କର ପୁରାଣ ଶାସ୍ତ୍ର ଉପରେ ମଧ୍ୟ ଅଖଣ୍ଡ ଜ୍ଞାନ ଥିଲା । ତେବେ ଆସନ୍ତୁ ଜାଣିବା ରାବଣ ସଂହିତା ଅନୁସାରେ ସେମିତି କିଛି ଉପାୟ ଯାହାକୁ ପାଳନ କରି ଆପଣମାନଙ୍କ ଧନ ବୃଦ୍ଧି ହୋଇପାରିବ ।

ଧନ ପ୍ରାପ୍ତି କରିବାକୁ ଚାହୁଁଥିଲେ ପ୍ରତିଦିନ ସକାଳୁ ଶୀଘ୍ର ଉଠିବା ଦରକାର । ଏହା ଦ୍ୱାରା ଅନେକ ଲାଭ ହୋଇଥାଏ । ରାବଣ ସଂହିତା ୧) ଅନୁସାରେ ପ୍ରାତଃ ସ୍ନାନ ନଦୀ ବା ପୋଖରୀରେ କଲେ ସ୍ୱାସ୍ଥ୍ୟ ଭଲ ରହିବା ସହିତ ମନ ଧାର୍ମିକ ମଧ୍ୟ ହୋଇଥାଏ । ସ୍ନାନ ସାରି ବଟ ବୃକ୍ଷ ମୂଳରେ ଚମଡାର ଆସନ ଉପରେ ବସି ରୃଦ୍ରାକ୍ଷ ମାଳା ସହିତ ଓଁ ହିଂ ଶ୍ରୀ କଳ୍କି ମନ୍ତ୍ର ଜପ କରିବା ଦ୍ୱାରା ଧନ ପ୍ରାପ୍ତିର ସମ୍ଭାବନା ଅଧିକ ହୋଇଥାଏ ।

୨)  ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ୪୦ ଦିନ ପର୍ଯ୍ୟନ୍ତ ଲଗାତାର ଓଁ ସରସ୍ୱତୀ ଇଶ୍ୱରୀ ଭଗବତୀ ମାତା କ୍ରାଂ କଳ୍କି ଶ୍ରୀ ଶ୍ରୀ ନମଃ ଧନ୍ ଦେହି ଫଟ୍ ସ୍ୱାହା ମନ୍ତ୍ର ଜପ କରି କମ ଦିନ ମଧ୍ୟରେ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିବେ ।

୩) ଧନ ପ୍ରପ୍ତି କରିବାରେ ଲକ୍ଷ୍ମୀଙ୍କର ଯେତିକି କୃପା ଆବଶ୍ୟକ ହୋଇଥାଏ ସେତିକି କୃପା କୁବେରଙ୍କର ମଧ୍ୟ ଆବଶ୍ୟକ ହୋଇଥାଏ । କୁବେରଙ୍କୁ ପ୍ରସନ୍ନ କରିବାକୁ ଚାହୁଁଥିଲେ ଓଁ ୟକ୍ଷାୟ କୁବେରାୟ ବୈଷ୍ଣବାଣାୟ, ଧନ୍ ଧନାଧିପତୟେ ଧନ ଧାନ୍ୟ ସମୃଦ୍ଧି ମେ ଦେହି ଦାପୟେ ସ୍ୱାହା ମନ୍ତ୍ର ଜପ କରି କୁବେରଙ୍କୁ ମଧ୍ୟ ସହଜରେ ପ୍ରସନ୍ନ କରିପାରିବେ । ତେବେ ଏହି ମନ୍ତ୍ର ଜପ କରିବା ସମୟରେ ଧନ ଲକ୍ଷ୍ମୀ କଉଡି ସାଙ୍ଗରେ ରଖିବାକୁ ଭୁଲନ୍ତୁ ନାହିଁ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.