Loading...

ବିଭିନ୍ନ ଘଟଣା, ଦୁର୍ଘଟଣାର ମିଳିଥାଏ ପୂର୍ବ ସୂଚନା

ବିଭିନ୍ନ ଘଟଣା, ଦୁର୍ଘଟଣାର ମିଳିଥାଏ ପୂର୍ବ ସୂଚନା

ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ।

ପ୍ରତ୍ୟେକ ମଣିଷ ତା’ ଜୀବନରେ ବିଭିନ୍ନ ଘଟଣା, ଦୁର୍ଘଟଣାକୁ ସାମ୍ନା କରି ଆଗକୁ ବଢିଥାଏ। ହେଲେ ଏମିତି ବି କିଛି ଘଟଣା ରହିଛି, ଯାହା ଆମକୁ ସାମାନ୍ୟ ଲାଗୁଥିଲେ ବି ତାହା ଭବିଷ୍ୟତରେ ହେବାକୁ ଥିବା କୌଣସି ବଡ଼ ସମସ୍ୟାର ସଙ୍କେତ ଭାବେ ଆମକୁ ପୂର୍ବରୁ ସୂଚନା ଦେଇଥାଏ। ହେଲେ ଏହାକୁ ବିଶ୍ୱାସ କରିବା କିମ୍ବା ନ କରିବା ଆମ ଉପରେ ହିଁ ନିର୍ଭର କରିଥାଏ। ଯେମିତିକି:

ତୁଳସୀ ଗଛ ହଠାତ୍‌ ଶୁଖିଯିବା। ଏହା ଆଗକୁ ପରିବାର ଉପରେ କୌଣସି ବଡ଼ ବିପତ୍ତି ଆସୁଥିବାର ସଙ୍କେତ ଦେଇଥାଏ ବୋଲି ବିଶ୍ୱାସ କରାଯାଏ।

ସେହିପରି ଘରେ କୌଣସି ପୂଜାପାଠ ହେବା ସମୟରେ ବାରମ୍ବାର ବାଧା ଉପୁଜୁଥିଲେ, ଘରକୁ କୌଣସି ନକାରାତ୍ମକ ଶକ୍ତି ପ୍ରବେଶ କରୁଛି ବୋଲି ସଙ୍କେତ ମିଳିଥାଏ।

ଘରେ କୌଣସି କାରଣ ପାଇଁ ବାରମ୍ବାର କାଚ ଭାଙ୍ଗୁଥିଲେ ଆଗକୁ ଆର୍ଥିକ ସମସ୍ୟା ଉପୁଜିବାର ଅଛି ବୋଲି ସୂଚନା ମିଳେ।

ସାମାନ୍ୟ କଥାକୁ ନେଇ ପରିବାର ଲୋକଙ୍କ ମଧ୍ୟରେ ଝଗଡ଼ା ହେବା ବି ଆର୍ଥିକ ସମସ୍ୟାର ସଙ୍କେତ ଦେଇଥାଏ ଇତ୍ୟାଦି।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.