Loading...

କର୍ଣ୍ଣାଟକରେ କାମ ଦେଲା ରାହୁଲଙ୍କ ଗ୍ୟାରେଣ୍ଟି କାର୍ଡ

କର୍ଣ୍ଣାଟକରେ କାମ ଦେଲା ରାହୁଲଙ୍କ ଗ୍ୟାରେଣ୍ଟି କାର୍ଡ

‘ମୁଁ ଅଜୟେ...ମୋର ବହୁତ ଭରସା ଅଛି...ହଁ ଆଜି ମୁଁ ଅଜୟେ’’ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଦେଖି କଂଗ୍ରେସ ନେତାଙ୍କ ଜୋଶ ଏବେ ପୁରା । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବଜରଙ୍ଗବଲୀ ପ୍ରସଙ୍ଗକୁ ନେଇ କଂଗ୍ରେସ ବ୍ୟାକଫୁଟରେ ଥିଲା ।

‘ମୁଁ ଅଜୟେ...ମୋର ବହୁତ ଭରସା ଅଛି...ହଁ ଆଜି ମୁଁ ଅଜୟେ’’ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳ ଦେଖି କଂଗ୍ରେସ ନେତାଙ୍କ ଜୋଶ ଏବେ ପୁରା । କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବଜରଙ୍ଗବଲୀ ପ୍ରସଙ୍ଗକୁ ନେଇ କଂଗ୍ରେସ ବ୍ୟାକଫୁଟରେ ଥିଲା । ଏହା ସତ୍ତ୍ବେ ବଜରଙ୍ଗବଲୀଙ୍କ ଆଶୀର୍ବାଦ କଂଗ୍ରେସକୁ ମିଳିଛି । କଂଗ୍ରେସ ନେତା ମାନେ ଦଳର ବିଜୟକୁ ନେଇ ଭାରତ ଯୋଡ ଯାତ୍ରାର ପ୍ରଭାବ ବୋଲି ଦାବି କରୁଛନ୍ତି । କର୍ଣ୍ଣାଟକ ବିଧାନସଭା ନିର୍ବାଚନକ ନେଇ ବିଭିନ୍ନ ଗଣମାଧ୍ୟମ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେରେ କଂଗ୍ରେସକୁ ବହୁମତ ମିଳିବ ବୋଲି ଆକଳନ କରିଥିଲେ । ଆଜି ଏକଜିଟ ପୋଲ ମଧ୍ୟ ଏକ ପ୍ରକାର ସଫଳ ସାବ୍ୟସ୍ତ ହୋଇଛି ।

କଂଗ୍ରେସ ଘୋଷଣା କରିଥିଲା କ୍ଷମତାକୁ ଆସିଲେ ୫ଟି ‘ଗ୍ୟାରେଣ୍ଟି’ ପାଳନ କରିବ । କଂଗ୍ରେସ ଘୋଷଣା କରିଥିବା ପାଞ୍ଚିଟି ଗ୍ୟାରେଣ୍ଟି ହେଉଛି ଗୃହ ଜ୍ୟୋତି ଗ୍ୟାରେଣ୍ଟି... ଏହାର ଅଧିନରେ ପ୍ରତି ପରିବାରକୁ ୨୦୦ ୟୁନିଟ ବିଜୁଳି ମାଗଣା, ଗୃହଲକ୍ଷ୍ମୀ ଗ୍ୟାରେଣ୍ଟିରେ ପ୍ରତି ପରିବାର ମହିଳା ମୁଖିଆଙ୍କୁ ମାସକୁ ୨୦୦୦ ଟଙ୍କା ସହାୟତା, ଅନ୍ନଭାଗ୍ୟ ଯୋଜନାରେ ବିପିଏଲ ପରିବାରର ପ୍ରତି ସଦସ୍ୟଙ୍କୁ ମାସକୁ ୧୦ କିଲୋଗ୍ରାମ ମାଗଣା ଚାଉଳ, ସ୍ବାସ୍ଥ୍ୟ ସେବା ଗ୍ୟାରେଣ୍ଟିରେ ପ୍ରତିପରିବାର ମାଗଣା ଚିକିତ୍ସା ଗ୍ୟାରେଣ୍ଟି । ଯାହା ଏବେ ସଫଳ ହୋଇଥିବା ଚର୍ଚ୍ଚା ହେଉଛି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.