Loading...

ଆଖି ତଳ କଳା ପଡୁଥିଲେ ଆପଣାନ୍ତୁ ଏହି ଉପାୟ

ଆଖି ତଳ କଳା ପଡୁଥିଲେ ଆପଣାନ୍ତୁ ଏହି ଉପାୟ

ଆଖି ତଳ କଳା ପଡିବା ଦ୍ବାରା, ଆଖିର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ, ସମ୍ପୂର୍ଣ୍ଣ ଚେହେରାର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଥାଏ ।

ପୁରୁଷ ହୁଅନ୍ତୁ ବା ମହିଳା, ଆଜିକାଲି ଅନେକଙ୍କ କ୍ଷେତ୍ରରେ ଆଖିତଳ କଳା ପଡିବା ସମସ୍ୟା ଦେଖା ଦେଉଛି । ଆଖି ତଳ କଳା ପଡିବା ଦ୍ବାରା, ଆଖିର ସୌନ୍ଦର୍ଯ୍ୟ ନଷ୍ଟ ହେବା ସହିତ, ସମ୍ପୂର୍ଣ୍ଣ ଚେହେରାର ସୌନ୍ଦର୍ଯ୍ୟ ମଧ୍ୟ ନଷ୍ଟ ହୋଇଥାଏ । ତେବେ ଏହି ସମସ୍ୟାର  ସମ୍ମୁଖୀନ କରୁଥିଲେ, ଏଥିରୁ ରକ୍ଷା ପାଇବା ପାଇଁ , କିଛି ଘରୋଇ ସରଳ ଉପାୟ ଆପଣାଇ ପାରିବେ । ଆସନ୍ତୁ ଜାଣିବା ସେ ସମ୍ପର୍କରେ ।

୧- ବେସନରେ ଦହି ମିଶାଇ ଆଖିତଳ କଳା ପଡିଥିବା ସ୍ଥାନରେ ଲଗାଇ , ୫ ରୁ ୧୦ ମିନିଟ ରଖିବା ପରେ ଧୋଇବେ । ପ୍ରତିଦିନ ଏହା କରିବା ଦ୍ବାରା, ଧିରେଧିରେ କଳା ଦାଗ ଦୂର ହୋଇଥାଏ ।

୨-ଖରାରୁ ଆସିବା ପରେ, ତୁରନ୍ତ ଆଖିତଳେ ବରଫ ଘଷିବା ଦ୍ବାରା, କଳାଦାଗ ଦୂର ହୋଇଥାଏ ।

୩-ବାହାରକୁ ଯିବା ପୂର୍ବରୁ ଆଖି ତଳେ ସନ୍‌‌ସ୍କ୍ରିନ୍ ଲଗାଇ ତାହାକୁ ଭଲଭାବେ ମାଲିସ୍ କରିବା ଉଚିତ ।

୪-ପୁଦିନା ପତ୍ର ପେଷ୍ଟରେ, ଟମାଟୋ ରସ ଏବଂ ଲେମ୍ବୁ ରସ ମିଶାଇ, ଏକ ମିଶ୍ରଣ ପ୍ରସ୍ତୁତ କରି, ସେହି ମିଶ୍ରଣକୁ ଆଖିତଳେ ଲଗାଇବା ଦ୍ବାରା,ଏହି ସମସ୍ୟା ଦୂର ହୋଇଥାଏ । କିନ୍ତୁ ମନେ ରଖିବେ ଏହା ଆଖି ଭିତରକୁ ଯେପରି ନଯାଏ ।

୫-ଆଖିତଳ କଳାଦାଗରୁ ରକ୍ଷା ପାଇବା ପାଇଁ ବାଦାମ୍ ତେଲ ମଧ୍ୟ ବେଶ ଉପକାରୀ ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.