ଖଡ଼ାଶାଗ ବିକିବାକୁ ‘ଅଡି’ କାର୍ ଚଢ଼ି ଯାଉଛନ୍ତି କେରଳ କୃଷକ
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
Loading...
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଅଟନ୍ତି । ପ୍ରତିଦିନ ସେ ଟ୍ୱିଟରରେ ବିଭିନ୍ନ କୌତୁହଳପୂର୍ଣ୍ଣ ପୋଷ୍ଟିଂ କରନ୍ତି । କେବେକେବେଳ ସେ ଦେଶର ଦକ୍ଷତାକୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କୌଶଳ ସମ୍ପର୍କରେ ଆଲୋଚନା କରନ୍ତି ।
ଧୁନିକତା ଭିତରେ ହଜି ଯାଉଛି ବିନା ପ୍ରଦୂଷଣରେ ରାସ୍ତାରେ ଗଡ଼ୁଥିବା ଶଗଡ଼ ଗାଡ଼ି । ଇଞ୍ଜିନ ଚାଳିତ ଗାଡ଼ି ଆଗରେ ଚାହିଦା କମିଯାଇଛି ସିନା, ଟେସଲାଙ୍କ ସ୍ୱୟଂଚାଳିତ ଗାଡ଼ି ସହିତ ଏହାର ସାମଞ୍ଜସ୍ୟ ରହିଛି । ଟେସଲାଙ୍କ ଗାଡ଼ି ଓ ଶଗଡ଼ ଗାଡ଼ି ମଧ୍ୟରେ ଏକ ସମାନତା ବାହାର କରିଛନ୍ତି ଦେଶର ଅଗ୍ରଣୀ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା । ଟେସଲାଙ୍କ ଗାଡ଼ି ପରି ଶଗଡ଼ରେ କୌଣସି ଡ୍ରାଇଭରର ଆବଶ୍ୟକତା ନାହିଁ ବରଂ ଅନେକ ବିଶେଷତ୍ୱ ରହିଛି । ଏଥିରେ ନା ତାଏ ତେଲ ଦର ବୃଦ୍ଧ ଚିନ୍ତା, ନା ପ୍ରଦୂଷଣ ହେବାର ଭୟ । ବିନା ବାଧାରେ ଧୀରେ ଧୀରେ ଗାଡ଼ି ଗଲେ ।
ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ଅଟନ୍ତି । ପ୍ରତିଦିନ ସେ ଟ୍ୱିଟରରେ ବିଭିନ୍ନ କୌତୁହଳପୂର୍ଣ୍ଣ ପୋଷ୍ଟିଂ କରନ୍ତି । କେବେକେବେଳ ସେ ଦେଶର ଦକ୍ଷତାକୁ ପ୍ରଶଂସା କରନ୍ତି ତ ଆଉ କେତେବେଳେ ଲୋକଙ୍କ ଜୀବନରେ ଉନ୍ନତି ଆଣିବା ପାଇଁ କୌଶଳ ସମ୍ପର୍କରେ ଆଲୋଚନା କରନ୍ତି । କେବଳ ଏତିକି ନୁହେଁ ବେଳେବେଳେ ତାଙ୍କର ପୋଷ୍ଟଗୁଡିକ ବହୁତ ମଜାଦାର ହୋଇଥିବାରୁ ଲୋକମାନେ ବହୁତ ପସନ୍ଦ କରନ୍ତି । ଗତକାଲି ଆନନ୍ଦ ମହିନ୍ଦ୍ରା ଟ୍ୱିଟରରେ ଏକ ଶଗଡ଼ର ଚିତ୍ର ସେୟାର କରି ଟେସଲା ସିଇଓ ଏଲୋନ୍ ମସ୍କଙ୍କୁ ଟ୍ୟାଗ୍ କରିଛନ୍ତି ।
ପୁରୁଣା ଦିନର ଏକ ପୁରୁଣା ଫଟୋଚିତ୍ରକୁ ସେୟାର କରିଛନ୍ତି ଆନନ୍ଦ ମହିନ୍ଦ୍ରା । ଶଗଡ଼ ଗାଡ଼ି ଉପରେ ଦୁଇ ଜଣ ଥିବା ବେଳେ ଦୁଇ ଜଣ ଯାକ ତଳକୁ ଗୋଡ଼ ରଖି ଆରାମରେ ଶୋଇଥିବାରୁ ଦେଖିବାକୁ ମିଳୁଛି । ଏହି ଫଟୋ ପୁରୁଣା କଥା ମନେ ପକାଇ ଦେଉଛି, ଯେତେବେଳେ ଦେଶର ଅଧିକାଂଶ ସ୍ଥାନରେ ଶଗଡ଼ ବ୍ୟବହାର କରାଯାଉଥିଲା ।
BACK to the Future… @elonmusk pic.twitter.com/csuzuF6m4t
— anand mahindra (@anandmahindra) April 24, 2022
ଶଗଡ଼ ଫଟୋ ସହ ଆନନ୍ଦ ମହିନ୍ଦ୍ରା ଏକ କ୍ୟାପସନ୍ ମଧ୍ୟ ଲେଖାଯାଇଛି । ବ୍ୟାକ୍ ଟୁ ଦ ଫ୍ୟୁଚର ସହ ଲେଖା ସହ “Original Tesla vehicle. No Google map required, No fuel to buy, No pollution ଲେଖାଯାଇଛି । ଶଗଡ଼ ଗାଡ଼ି ଉଦ୍ଦେଶ୍ୟରେ ଲେଖିଛନ୍ତି, ଏହାରି ହଁ ମୂଳ ପ୍ରକୃତ ଟେସଲା ଗାଡ଼ି । ଏହି ଗାଡ଼ି ପାଇଁ ଗୁଗୁଲ୍ ମ୍ୟାପର ଆବଶ୍ୟକତା ନଳାହିଁ । ସଂପୂର୍ଣ୍ଣ ପ୍ରଦୂଷଣମୁକ୍ତ ତଥା ସ୍ୱୟଂ ଚାଳିତ ସ୍ୱତନ୍ତ୍ର ଗାଡ଼ି । ଘରୁ କାର୍ଯ୍ୟସ୍ଥଳ ପର୍ଯ୍ୟନ୍ତ ବୁକ କରନ୍ତୁ ଓ ଶୋଇ ଶୋଇ ଅଚିନ୍ତାରେ ଆପଣ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବେ ।
ଆନନ୍ଦ ମହିନ୍ଦ୍ରା ଏହି ଫଟୋ ସେୟାର କରିବା ମାତ୍ରେ ୟୁଜରମାନେ ବିଭିନ୍ନ ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୭୬.୬ ହଜାରରୁ ଅଧିକ ଲାଇକ୍ ପାଇଛି ଏବଂ ୮ ହଜାରରୁ ଅଧିକ ଥର ରିଟ୍ୱିଟ କରାଯାଇଛି । ଆନନ୍ଦ ମହିନ୍ଦ୍ରାଙ୍କ ଏହି ପୋଷ୍ଟରେ ୟୁଜରମାନେ ବିଭିନ୍ନ ପ୍ରକାରର ମଜାଳିଆ ମନ୍ତବ୍ୟ ଏବଂ ଚିତ୍ର ପୋଷ୍ଟ କରୁଛନ୍ତି ।
ଏଲୋନ୍ ମସ୍କକୁ ଟ୍ୟାଗ୍ କରିବାର କାରଣ:
ଆମେରିକାର ଅଗ୍ରଣୀ ବୈଦ୍ୟୁତିକ ଯାନ ନିର୍ମାତା କମ୍ପାନୀ ଟେସଲାର ପ୍ରତିଷ୍ଠାତା ତଥା ସିଇଓ ହେଲେ ଏଲୋନ୍ ମସ୍କ । ତାଙ୍କ କମ୍ପାନୀ ସ୍ୱୟଂଶାସିତ ଟେକନିକଯୁକ୍ତ କାର ତିଆରି ପାଇଁ ବିଶ୍ୱବ୍ୟାପୀ ପ୍ରସିଦ୍ଧ । ବୋଧହୁଏ ଏହି କାରଣରୁ ଆନନ୍ଦ ମହିନ୍ଦ୍ରା ଶଗଡ଼ ଗାଡ଼ିର ଚିତ୍ରରେ ଏଲୋନ୍ ମସ୍କକୁ ଟ୍ୟାଗ୍ କରିଛନ୍ତି । କାରଣ ତାଙ୍କ ଗାଡ଼ି ପରି ଶଗଡ଼ ଗାଡ଼ି ପାଇଁ ମଧ୍ୟ ଡ୍ରାଇଭର ଆବଶ୍ୟକ ପଡ଼େନାହିଁ । ରାସ୍ତା ଉପରେ ଗାଡ଼ିକୁ ଆପେ ଆପେ ଟାଣେ ବଦଳ ।
Shakespeare, in the beautiful garden, among the party. Some of the hall: in fact she was ever to.
ରାସ୍ତାକଡ଼ ହାଟରେ ବିକିବା ପାଇଁ କେରଳର ଜଣେ କୃଷକ ‘ଅଡ଼ି ଏ୪’ କାର୍ରେ ଖଡ଼ା ବୋହି ନେବା ଦୃଶ୍ୟ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଚହଳ ପକାଇଛି।
ସିନେମା ‘ମାର୍କ ଆଣ୍ଟନୀ’ ସେପ୍ଟେମ୍ବର ୧୫ ତାରିଖରେ ରିଲିଜ ହୋଇଛି। ଏହି ସିନେମାକୁ ଦର୍ଶକ ଖୁବ ପସନ୍ଦ ବି କରୁଛନ୍ତି। ‘ମାର୍କ ଆଣ୍ଟନୀ’ର ହିନ୍ଦୀ ଭର୍ସନ ସେପ୍ଟେମ୍ବର ୨୮ରେ ରିଲିଜ ହେବ।
ମେ’ ୧୯ରେ ୨୦୦୦ ନୋଟ୍ ନୋଟ୍ ପ୍ରତ୍ୟାହାର ବାବଦରେ ଘୋଷଣା କରିଥିଲା ରିଜର୍ଭ ବ୍ୟାଙ୍କ । ଏହା ମେ’ ୨୩ରୁ ଆରମ୍ଭ ହୋଇଥିଲା ଓ ଆଜି ଏହାର ଶେଷ ଅବଧି ଥିଲା।