Loading...

ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ-ପ୍ରଯୋଜକ ତଥା ‘ନାଗୀନ’ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ପରଲୋକ

ବିଶିଷ୍ଟ ଫିଲ୍ମ ନିର୍ଦ୍ଦେଶକ-ପ୍ରଯୋଜକ ତଥା ‘ନାଗୀନ’ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କ ପରଲୋକ

ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କର ମୃତ୍ୟୁ ହୋଇଛି । ଅଭିନେତା ଅରମାନ କୋହଲିଙ୍କ ପିତା ରାଜକୁମାରଙ୍କ ମୃତଦେହ ତାଙ୍କ ବାଥରୁମରୁ ମିଳିଛି । ଶୁକ୍ରବାର ସକାଳ ୮ଟା ବେଳେ ଏନେଇ ଖବର ଆସିଛି ।

ସିନେମା ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜକୁମାର କୋହଲିଙ୍କର ମୃତ୍ୟୁ ହୋଇଛି । ଅଭିନେତା ଅରମାନ କୋହଲିଙ୍କ ପିତା ରାଜକୁମାରଙ୍କ ମୃତଦେହ ତାଙ୍କ ବାଥରୁମରୁ ମିଳିଛି । ଶୁକ୍ରବାର ସକାଳ ୮ଟା ବେଳେ ଏନେଇ ଖବର ଆସିଛି । ଅରମାନଙ୍କ ବନ୍ଧୁ ତଥା ପ୍ରମୋଟର ବିଜୟ ଗ୍ରୋଭର ଏନେଇ ସୂଚନା ଦେଇଛନ୍ତି । କୁହାଯାଉଛି କି, ରାଜକୁମାର ଆଜି ସକାଳେ ଗାଧୋଇବାକୁ ବାଥରୁମ ଯାଇଥିଲେ । ହେଲେ ଅନେକ ସମୟ ଧରି ସେ ବାଥରୁମରୁ ନବାହାରିବା ଅରମାନ କବାଟ ଖୋଲି ଦେଖନ୍ତି ତ ରାଜକୁମାର ବାଥରୁମରେ ପଡି ରହିଛନ୍ତି ।

ସୂଚନାନୁସାରେ, ‘ନାଗୀନ’, ‘ବଦଲେ କୀ ଆଗ’, ‘ନୌକର ବିବି କା’, ‘ରାଜ ତିଲକ’ ଓ ‘ଜାନୀ ଦୁଶ୍ମନ ପରି ବହୁ ଫିଲ୍ମରେ କାର୍ଯ୍ୟ କରିଥିଲେ । ‘ଜାନୀ ଦୁଶ୍ମନ- ‘ଏକ ଅନୋଖୀ କାହାନୀ’ ତାଙ୍କର ଶେଷ ଫିଲ୍ମ ଥିଲା । ରାଜକୁମାରଙ୍କ ବିୟୋଗରେ ବଲିଉଡ ଫିଲ୍ମ ଜଗତ ସହ ଜଡ଼ିତ ବହୁ ବଡ଼ ବଡ଼ କଳାକାର ଓ ଅନ୍ୟ ବ୍ୟକ୍ତିବିଶେଷ ଗଭୀର ଶୋକବ୍ୟକ୍ତ କରିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.