Loading...

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ଵନ୍ତ ମାନ୍‌

ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଭଗଓ୍ଵନ୍ତ ମାନ୍‌

ଆଜିଠୁ ପଞ୍ଜାବ ରାଜନୀତିରେ ନୂଆ ଅଧ୍ୟାୟ । ଆରମ୍ଭ ହେବ ଆମ୍‌ ଆଦ୍‌ମୀ ପାର୍ଟିର ରାଜୁତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପ୍‌ ନେତା ଭଗଓ୍ଵନ୍ତ ମାନ୍‌ । ତାଙ୍କ ସହ ୧୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ ।

ଆଜିଠୁ ପଞ୍ଜାବ ରାଜନୀତିରେ ନୂଆ ଅଧ୍ୟାୟ । ଆରମ୍ଭ ହେବ ଆମ୍‌ ଆଦ୍‌ମୀ ପାର୍ଟିର ରାଜୁତି । ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଆପ୍‌ ନେତା ଭଗଓ୍ଵନ୍ତ ମାନ୍‌ । ତାଙ୍କ ସହ ୧୬ ଜଣ ବିଧାୟକ ମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ସରିଛି । ରାଜଭବନରେ ହେବନି ଶପଥ ଗ୍ରହଣ ଉତ୍ସବ । ସହିଦ ଭଗତ ସିଂଙ୍କ ଗାଁ ଖଟ୍‌କର କଲଣରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବେ ।ଆପ୍‌ ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏଥିରେ ସାମିଲ ହେବେ । ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବାକୁ ପଞ୍ଜାବବାସୀଙ୍କୁ ନିମନ୍ତ୍ରଣ କରିଛନ୍ତି ଭଗଓ୍ଵନ୍ତ ମାନ୍‌ । ଏଠାରେ ପହଞ୍ଚି ଭଗତ ସିଂଙ୍କୁ ଶ୍ରଦ୍ଧାଞ୍ଜଳି ଦେଇପାରିବେ ବୋଲି କହିଥିଲେ । ପଞ୍ଜାବର ୧୧୭ ସିଟ୍‌ରୁ ୯୨ ସିଟ୍‌ରେ ବିଜୟୀ ହୋଇଛି ଆମ୍‌ ଆଦ୍‌ମୀ ପାର୍ଟି । ପଞ୍ଜାବରେ ଆପ୍‌ ଦେଇଥିବା ସମସ୍ତ ନିର୍ବାଚନ ପ୍ରତିଶ୍ରୁତି ପୂରଣ ହେବ ବୋଲି କେଜ୍ରିଓ୍ଵାଲ କହିଛନ୍ତି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.