Loading...

ଡିଏନ୍ଏ ରିପୋର୍ଟ ଧୋଇଲା କ୍ୟାପିଟାଲ ଶିଶୁବଦଳ କଳଙ୍କ : ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଡିଏନ୍ଏ ରିପୋର୍ଟ ଧୋଇଲା କ୍ୟାପିଟାଲ ଶିଶୁବଦଳ କଳଙ୍କ : ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଡିଏନ୍ଏ ରିପୋର୍ଟରୁ କ୍ୟାପିଟାଲ୍ ହସ୍ପିଟାଲରେ ଶିଶୁ ବଦଳ ହୋଇନଥିବା ସ୍ପଷ୍ଟ ହେବା ପରେ ବି ଥମୁନି ବିବାଦ । ଡିଏନଏ ରିପୋର୍ଟ ପରେ ସ୍ପଷ୍ଟ ହୋଇଛି ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କର ଝିଅ ହୋଇଛି ।

ଡିଏନ୍ଏ ରିପୋର୍ଟରୁ କ୍ୟାପିଟାଲ୍ ହସ୍ପିଟାଲରେ ଶିଶୁ ବଦଳ ହୋଇନଥିବା ସ୍ପଷ୍ଟ ହେବା ପରେ ବି ଥମୁନି ବିବାଦ । ଡିଏନଏ ରିପୋର୍ଟ ପରେ ସ୍ପଷ୍ଟ ହୋଇଛି ଅଭିଯୋଗକାରୀ ପ୍ରାଣକୃଷ୍ଣ ବିଶ୍ୱାଳଙ୍କର ଝିଅ ହୋଇଛି । ଡିଏନଏ ରିପୋର୍ଟ ଆସିବା ପରେ ହସ୍ପିଟାଲ ନିର୍ଦ୍ଦେଶକ କହିଛନ୍ତି, ଜଣେ ଲୋକର ହୀନ ମାନସିକତା ଯୋଗୁଁ କ୍ୟାପିଟାଲ ହସ୍ପିଟାଲ ବଦନାମ ହୋଇଛି । ତେଣୁ ତାଙ୍କ ବିରୋଧରେ ଯାହା ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ନିଆଯିବ । ସେପଟେ ପାଲଟା ଅଭିଯୋଗ ଆଣି ହସ୍ପିଟାଲ ବିରୋଧରେ କେସ କରିବେ ବୋଲି କହିଛନ୍ତି ପ୍ରାଣକୃଷ୍ଣ ବିଶ୍ୱାଳ ।  

ପାଲଟା ପ୍ରତିକ୍ରିୟା ରଖିଛନ୍ତି ଅଭିଯୋଗକାରୀ ପ୍ରାଣକୃଷ୍ଣ । କହିଛନ୍ତି, ‘ମୁଁ ମିଛରେ ଅଭିଯୋଗ କରିନଥିଲି, ହସ୍ପିଟାଲ ଷ୍ଟାଫ୍ ପୁଅ ହୋଇଥିବା କହିବାରୁ ଅଭିଯୋଗ କରିଥିଲି । ଯେଉଁଥିପାଇଁ ସଂପୃକ୍ତ ଷ୍ଟାଫ୍‌ଙ୍କୁ ସସ୍‌ପେଣ୍ଡ କରାଗଲା । ସେ କ'ଣ କେସ୍ କରିବେ, ମୁଁ ହସ୍ପିଟାଲ ନାଁରେ ମାନହାନୀ କେସ୍ କରିବି କହିଛନ୍ତି ପ୍ରାଣକୃଷ୍ଣ।  

ସୂଚନାନୁସାରେ, ଏସବୁ ଭିତରେ ନିଲମ୍ବିତ ହୋଇଥିବା ମହିଳା ଆଟେଣ୍ଡାଣ୍ଟଙ୍କ ନିଲମ୍ବନ ଆଦେଶକୁ ହସ୍ପିଟାଲ କର୍ତୃପକ୍ଷ ହଟାଇ ଦେଇଛନ୍ତି। ତାଙ୍କୁ ପୁନର୍ବାର କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଛି। ଖୁବ୍‌ଶୀଘ୍ର ସେ ହସ୍ପିଟାଲ‌କୁ ଫେରିବେ ବୋଲି ସୂଚନା ମିଳିଛି। 


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.