Loading...

କାର୍ତ୍ତିକ ମାସ ପାଇଁ ବଢିଲାଣି ଅବଢା ଦର, ଚିନ୍ତାରେ ଭକ୍ତ

କାର୍ତ୍ତିକ ମାସ ପାଇଁ ବଢିଲାଣି ଅବଢା ଦର, ଚିନ୍ତାରେ ଭକ୍ତ

ଆରମ୍ଭ ହୋଇଛି ମହାକାର୍ତ୍ତିକ। ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି।

ଆରମ୍ଭ ହୋଇଛି ମହାକାର୍ତ୍ତିକ।   ପବିତ୍ର କାର୍ତ୍ତିକ ମାସରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ପ୍ରତିଦିନ ଭକ୍ତଙ୍କ ସୁଅ ଛୁଟିବାରେ ଲାଗିଛି। ସକାଳୁ ରାତି ପର୍ଯ୍ୟନ୍ତ ବଡଦାଣ୍ଡରୁ ଆରମ୍ଭ କରି ଶ୍ରୀମନ୍ଦିର ଭକ୍ତଙ୍କ ବେଶ ଗହଳି ଦେଖିବାକୁ ମିଳୁଛି। କାର୍ତ୍ତିକ ବ୍ରତ କରିଥିବା ହବୀଶ୍ୟାଳି ମାନେ ସକାଳୁ ମହାପ୍ରଭୁଙ୍କ ରାଧା ଦାମୋଦର ବେଶ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି। ତେବେ ଏଥିମଧ୍ୟରେ ମହାପ୍ରସାଦର ଦର କାର୍ତ୍ତିକମାସ  ଆରମ୍ଭରୁ ହିଁ ଉପରମୁହାଁ ହେଲାଣି। ଯାହାକୁ ନେଇ କେବଳ ଭକ୍ତ କାହିଁକି ସେବାୟତ ବି ଅସନ୍ତୁଷ୍ଟ। ଏବେ ବି ଅଣସେବାୟତ ଓ ଦଣ୍ଡିଆ ମାନେ ଶ୍ରୀମନ୍ଦିରରେ ଆଡା ଜମାଉଥିବା ବେଳେ ମହାପ୍ରସାଦ ଦର ଉପରେ ରୋକ ଲାଗିପାରୁନି।  

ସୂଚନାନୁସାରେ, ଗତ ସେପ୍ଟେମ୍ବର ୧୩ ତାରିଖରେ ଶୃଙ୍ଖଳା କମିଟି ବୈଠକରେ ଅଣସୁପକାର ପ୍ରବେଶ ବାରଣ କରାଯାଇଥିବା କଥା କୁହାଯାଇଥିଥିଲା । କେବଳ ଦୁଇଜଣ ସହାୟକ ସୁପକାରଙ୍କ ସାଙ୍ଗରେ ରହିବା ନେଇ ନିଷ୍ପତ୍ତି ମଧ୍ୟ ହୋଇଥିଲା। ଠିକ ସେଇଭଳି ଆନନ୍ଦ ବଜାରରେ ଶୃଙ୍ଖଳା ପାଇଁ ଦୀର୍ଘଦିନ ସୁଆର ମହାସୁଆର ନିଯୋଗ ଦାବି କରି ଆସୁଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.