Loading...

ମାତ୍ର କିଛି ସପ୍ତାହ ପରେ ଚନ୍ଦ୍ରରେ ଧକ୍କା ହେବ ସ୍ପେସ୍ –ଏକ୍ସ ର ଏକ ରକେଟ

ମାତ୍ର କିଛି ସପ୍ତାହ ପରେ ଚନ୍ଦ୍ରରେ ଧକ୍କା ହେବ ସ୍ପେସ୍ –ଏକ୍ସ ର ଏକ ରକେଟ

ସ୍ପେସ୍ –ଏକ୍ସ ର ଏକ ରକେଟ ଆଉ ମାତ୍ର କିଛି ସପ୍ତାହ ପରେ ଚନ୍ଦ୍ରରେ ଧକ୍କା ହେବ । ତେବେ ଚନ୍ଦ୍ରରେ ଏପରି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ୨୦୦୯ରେ ମଧ୍ୟ ଆମେରିକା ଦ୍ୱାରା ପ୍ରେରିତ ଲୁନାର କ୍ରେଟର ଅବଜରଭେସନ୍ ଆଣ୍ଡ୍ ସେନ୍ସିଙ୍ଗ ସାଟେଲାଇଟ୍ ଚନ୍ଦ୍ରର ଦକ୍ଷିଣ ଭାଗରେ ଧକ୍କ୍ା ଖାଇଥିଲା ।

ସ୍ପେସ୍ –ଏକ୍ସ ର ଏକ ରକେଟ ଆଉ ମାତ୍ର କିଛି ସପ୍ତାହ ପରେ ଚନ୍ଦ୍ରରେ ଧକ୍କା ହେବ । ଧକ୍କା ହେବା ସମୟରେ ଏହି ରକେଟର ଗତି ଘଣ୍ଟାକୁ ୯୨୮୮ କିଲୋମିଟର ରହିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି । ସୂଚନା ମୁତାବକ, ଏହି ରକେଟକୁ ୭ ବର୍ଷ ପୂର୍ବରୁ ଉତକ୍ଷେପଣ କରାଯାଇଥିଲା । ଏହି ରକେଟ୍ ଅନ୍ତରୀକ୍ଷରୁ ପାଣିପାଗ ଉପରେ ନଜର ରଖୁଥିବା ସାଟେଲାଇଟକୁ ନେଇ ଯାଇଥିଲା । କିନ୍ତୁ ଏହାପରେ ଏହି ରକେଟ୍ ମହାକାଶରେ ନିଜ ଗତିପଥ ବଦଳାଇଦେଇଥିଲା । ସେଠାରେ ଆଶ୍ଚର୍ଯ୍ୟଜନକ ଭାବେ ନିଜ ଗତିପଥ ବଦଳାଇ ଚନ୍ଦ୍ରପୃଷ୍ଠ ଆଡକୁ ଗତି କରୁଛି । ତେଣୁ ଏହା ମାର୍ଚ୍ଚ ମାସରେ ଚନ୍ଦ୍ର ସହ ଧକ୍କା ଖାଇବ ବୋଲି ବିଶେଷଜ୍ଞମାନେ କହିଛନ୍ତି ।

 

ଏହି ଘଟଣା ୨୦୧୫ ମସିହାର । ଯେତେବେଳେ ଏଲନ୍ ମସ୍କଙ୍କ କମ୍ପାନୀ ‘ସ୍ପେସ୍ ଏକ୍ସ’ ପାଣିପାଗ ଉପରେ ନଜର ରଖୁଥିବା ସାଟେଲାଇଟକୁ ବହନ କରି ‘ଫାଲ୍କନ୍ -୯ ରକେଟ୍’କୁ ମହାକାଶକୁ ପଠାଇଥିଲା । ସାଟେଲାଇଟକୁ ନେଇ ୧୫ ଲକ୍ଷ କିଲୋମିଟର ଦୂରକୁ ଯାଇଥିଲା ଫାଲ୍କନ୍ ରକେଟ୍ । ୪୪୦୦ କେଜିର ଏହି ରକେଟ୍ ବୁଷ୍ଟର ଅନ୍ତରୀକ୍ଷରେ ଘୁରୁଥିଲା । ହେଲେ ହଠାତ୍ ଏହାର ଗତପଥ ବଦଳିଯାଇଥିଲା ।ଏବେ ଏହା ଚନ୍ଦ୍ର ଆଡକୁ ମୁହାଁଇଛି । ଏହା ଦାବି କରିଛନ୍ତି ‘ନିଅର ଆର୍ଥ ଅବଜେକ୍ଟସ୍’ କୁ ଟ୍ରାକ୍ କରୁଥିବା ଗବେଷକ ବିଲ୍ ଗ୍ରେ ।
ବିଲ୍ ଗ୍ରେ ଏକ୍ ବ୍ଲଗ୍ରେ ଲେଖିଛନ୍ତି ଯେ, ରକେଟର ଏକ ବଡ ଅଂଶ ଚନ୍ଦ୍ର ପୃଷ୍ଠ ଦେଇ ଜାନୁଆରୀ ୫ ତାରିଖରେ ଗତି କରିଛି ।ଏହା ମାର୍ଚ୍ଚ ୪ ତାରିଖରେ ଚନ୍ଦ୍ର ସହ ଧକ୍କା ଖାଇବ । ହାବାର୍ଡ ୟୁନିଭର୍ସିଟିର ମହାକାଶବିତ୍ ଜୋନାଦନ୍ ମ୍ୟାକଡୋବଲ୍ ଏହାର ତଥ୍ୟକୁ ନେଇ ଦୃଢତା ପ୍ରକାଶ କରିଛନ୍ତି ।

ଏହା ଥିଲା ସ୍ପେଶ୍ – ଏକ୍ସର ପ୍ରଥମ ମହାକାଶ ଅଭିଯାନ । ଏହି ରକେଟ୍ ପ୍ରଥମ ଥର ପାଇଁ ‘ଡିପ୍ ସ୍ପେସ୍ କ୍ଳାଇମେଟ୍ ଅବଜରଭେଟରୀ’ ସାଟେଲାଟକୁ ପ୍ରେରଣ କରିଥିଲା । ‘ଡିପ୍ ସ୍ପେସ୍ କ୍ଳାଇମେଟ୍ ଅବଜରଭେଟରୀ’ ଏକ ଏପରି କୃତ୍ରିମ ଉପଗ୍ରହ ଯାହା ସୌର ଝଡ ଓ ପୃଥିବୀ ପୃଷ୍ଠର ପାଣିପାଗ ଉପରେ ନଜର ରଖିଥାଏ । ଏହା ସୂର୍ଯ୍ୟ ଓ ପୃଥିବୀ ମଧ୍ୟ ଭାଗରେ କାର୍ଯ୍ୟ କରିଥାଏ । ଏହାକୁ ବହନ କରିଥିବା ରକେଟ୍ ନିଜ କାମ ପୂରଣ କରିବା ପରେ ଏହାର ଇନ୍ଧନ ଶେଷ ହୋଇଯାଇଥିଲା । ଫଳରେ ଏହା ପୃଥିବୀ ଚାରିପଟେ ଘୁରିିବାକୁ ଲାଗିଥିଲା ।ହେଲେ ଅପ୍ରତ୍ୟାଶତ ଭାବେ ଏହା ଚନ୍ଦ୍ର ଆଡକୁ ମୁହାଁଇଥିଲା ।ଗବେଷକଙ୍କ ଆକଳନ ମୁତାବକ, ଏହି ରକେଟ୍ ଚନ୍ଦ୍ର ପୃଷ୍ଠର ମଧ୍ୟଭାଗରେ ପଡିବ । ହେଲେ ଧକ୍କା ହେବାର ଦୃଶ୍ୟ କିନ୍ତୁ ଦେଖିବାକୁ ମିଳିପାରିବ ନାହିଁ । ହେଲେ ଏହାର ଫଟୋକୁ ଭାରତ ଦ୍ୱାରା ପ୍ରେରଣ ହୋଇଥିବା ‘ଚାନ୍ଦ୍ରାୟଣ -୨’ କିମ୍ବା ଆମେରିକାର ‘ଲୁନାର ରିକନାଇଜାନ୍ସ ଅର୍ବିଟର’ କଏଦ୍ କରିପାରନ୍ତି ।

ତେବେ ଚନ୍ଦ୍ରରେ ଏପରି ଘଟଣା ନୂଆ ନୁହେଁ । ଏହା ପୂର୍ବରୁ ୨୦୦୯ରେ ମଧ୍ୟ ଆମେରିକା ଦ୍ୱାରା ପ୍ରେରିତ ଲୁନାର କ୍ରେଟର ଅବଜରଭେସନ୍ ଆଣ୍ଡ୍ ସେନ୍ସିଙ୍ଗ ସାଟେଲାଇଟ୍ ଚନ୍ଦ୍ରର ଦକ୍ଷିଣ ଭାଗରେ ଧକ୍କ୍ା ଖାଇଥିଲା । ଏଥିରୁ ଏପରି କିଛି ଘଟିଥିଲା ଯେ, ଚନ୍ଦ୍ର ପୃଷ୍ଠରେ ବରଫ ଥିବା ଜାଣିବାକୁ ପାଇଥିଲେ ଗବେଷକ ।

ଏପରି ମଣିଷକୃତ ବିପର୍ଯ୍ୟୟକୁ ନେଇ ଭବିଷ୍ୟତରେ ମହାକାଶରେ ବଡ ଧରଣର ଦୁର୍ଘଟଣାକୁ ଏଡାଇଦିଆଯାଇପାରିବ ନାହିଁ ବୋଲି ଗବେଷକମାନେ ମତ ପ୍ରକାଶ କରୁଛନ୍ତି ।


 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.