ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଶୀତଦିନେ ସକାଳ ସମୟରେ ୧୦ ମିନିଟ୍ ଖରାରେ ରହିବା ଦ୍ୱାରା ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍ ଡି ମିଳିଥାଏ। ସେଭଳି ସୁସ୍ଥ ରହିବାକୁ ହେଲେ ବିଶେଷ କରି ଶୀତଦିନେ ସପ୍ତାହକୁ ୪ ଦିନ କିଛି ସମୟ କଅଁଳ ଖରାରେ ରୁହନ୍ତୁ।
ଖରାଦିନେ ସଭିଏଁ ଖରାର ପ୍ରଭାବରୁ ରକ୍ଷା ପାଇବା ପାଇଁ ଚେଷ୍ଟା କରିଥାଆନ୍ତି। ମାତ୍ର ଶୀତଦିନେ ଅଳ୍ପ ସମୟ କଅଁଳ ଖରାରେ ରହିବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଅନେକ ଉପକାର ହୋଇଥାଏ। ଶୀତଦିନେ ସକାଳ ସମୟରେ ୧୦ ମିନିଟ୍ ଖରାରେ ରହିବା ଦ୍ୱାରା ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍ ଡି ମିଳିଥାଏ। ସେଭଳି ସୁସ୍ଥ ରହିବାକୁ ହେଲେ ବିଶେଷ କରି ଶୀତଦିନେ ସପ୍ତାହକୁ ୪ ଦିନ କିଛି ସମୟ କଅଁଳ ଖରାରେ ରୁହନ୍ତୁ। ଶୀତଦିନିଆ ଖରା ସ୍ୱାସ୍ଥ୍ୟ ପାଇଁ ଉପକାରୀ ତାହା ହୁଏତ ଜାଣି ଥିବେ ମାତ୍ର ମସ୍ତିଷ୍କ ଉପରେ ଏହାର କି ପ୍ରଭାବ ପଡେ ହୁଏତ ସଭିଁଙ୍କୁ ଜଣାନଥାଏ। ଜାଣନ୍ତୁ..
ଖରାରେ କିଛି ସମୟ ବସିବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍ ଡି ମିଳିଥାଏ। ଭିଟାମିନ ଡିର ଅଭାବ ଦ୍ୱାରା ମସ୍ତିଷ୍କର ସଠିକ୍ ଭାବେ ବିକାଶ ହୋଇପାରିନଥାଏ। ଯୁବପିଢିଙ୍କ କ୍ଷେତ୍ରରେ ଭିଟାମିନ୍-ଡିର ଅଭାବ ହେବା ଦ୍ୱାରା ମାନସିକ ଦୁଶ୍ଚିନ୍ତା ଅଧିକ ବୃଦ୍ଧି ହୋଇଥାଏ। ମାତ୍ର ସପ୍ତାହକୁ ୪ ଦିନ ସକାଳ ସମୟରେ କଅଁଳ ଖରାରେ ବସିଲେ ଏହି ସମସ୍ୟା ଦୂର ହୋଇଥାଏ।
ଶୀତଦିନେ କଅଁଳ ଖରାରେ ରହିବା ଦ୍ୱାରା ମସ୍ତିଷ୍କର ଶିରାପ୍ରଶିରା ସଠିକ୍ ଭାବେ କାର୍ଯ୍ୟ ରହିଥାଏ। ଫଳରେ ମନ ଓ ମସ୍ତିଷ୍କ ଶାନ୍ତ ରହିବା ସହ ଚିନ୍ତା ଦୂର ହୋଇଥାଏ। ଥକ୍କାପଣ ,ହାଲିଆ ଅନୁଭବ ହୋଇନଥାଏ। କାର୍ଯ୍ୟ କରିବାକୁ ଆଗ୍ରହ ଓ ଶକ୍ତି ମିଳିଥାଏ।
୧୦ ମିନିଟ୍ ସକାଳେ ଖରାରେ ରହିବା ଦ୍ୱାରା ଦିନ ଯାକ ଥକ୍କାପଣ ଅନୁଭବ ହୋଇନଥାଏ। ଏହାସହ ମେଲାଟୋନିନ ହରମୋନ୍ ନିର୍ଗତ ହେବା ସହ ରାତିରେ ଉତ୍ତମ ନିଦ ହୋଇଥାଏ। ସକାଳର ଖରା ମନ ଓ ମସ୍ତିଷ୍କକୁ ଶାନ୍ତ ଓ ଖୁସି ରଖିବାରେ ସହାୟକ ହୋଇଥାଏ।
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।