Loading...

କାଲି ଗଣେଶ ପୂଜାରେ ପ୍ରବଳ ବର୍ଷାରେ ଭିଜିବ ଉପାନ୍ତରୁ ଉପକୂଳ

କାଲି ଗଣେଶ ପୂଜାରେ ପ୍ରବଳ ବର୍ଷାରେ ଭିଜିବ ଉପାନ୍ତରୁ ଉପକୂଳ

କାଲି ଗଣେଶ ପୂଜାରେ ପୁଣି ଫେରିବ ବର୍ଷା। ଉପାନ୍ତରୁ ଉପକୂଳ ପ୍ରବଳ ବର୍ଷାନେଇ ସତର୍କ ସୂଚନାଜରିକରିଛି ପାଣିପାଗ ବିଭାଗ।

କାଲି ଗଣେଶ ପୂଜାରେ ପୁଣି ଫେରିବ ବର୍ଷା।  ଉପାନ୍ତରୁ ଉପକୂଳ ପ୍ରବଳ ବର୍ଷାନେଇ ସତର୍କ ସୂଚନାଜରିକରିଛି ପାଣିପାଗ ବିଭାଗ। କାଲି ପ୍ରବଳ ବର୍ଷା ନେଇ ୧୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି। ସେଗୁଡିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, ଅନୁଗୁଳ, କଟକ, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ଢେଙ୍କାନାଳ । ୧୯ ତାରିଖରେ ୧୯ ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେହିଭଳି ୨୦ ତାରିଖରେ ୨୨ଟି ଏବଂ ୨୧ ତାରିଖରେ ୧୨ ଜିଲ୍ଲାକୁ ସତର୍କତା ଜାରି କରିଛି ପାଣିପାଗଭାଗ।  

ପାଣିପାଗ ବି‌ଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ, ସକ୍ରିୟ ମୌସୁମୀ ନିମ୍ନଚାପରେଖା ସହ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ ।ପ୍ରଭାବରେ ରାଜ୍ୟରେ ପୁଣି ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଅଧିକାଂଶ ସ୍ଥାନରେ ୭୦ ରୁ ୧୧୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ଥିବାରୁ ସହରାଞ୍ଚଳରେ କୃତ୍ରିମ ବନ୍ୟା ପରିସ୍ଥିତି ଉପୁଜିପାରେ ବୋଲି କୁହାଯାଇଛି।  

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.