ହରମୋନସ୍ତର ନିୟନ୍ତ୍ରଣ ପାଇଁ ବେଶ ଉପଯୋଗୀ ମିଶିରି
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
Loading...
ଶରୀରର ପ୍ରତ୍ୟେକ ଇଶାରା ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା କିଡନୀ ଫେଲ୍ ହେବାଠାରୁ କର୍କଟ ରୋଗ ପର୍ଯ୍ୟନ୍ତ ଇଶାରା ଦେଇଥାଏ ।
ଶରୀରର ପ୍ରତ୍ୟେକ ଇଶାରା ମହତ୍ୱପୂର୍ଣ୍ଣ ହୋଇଥାଏ । ଏଥିରେ ଭୋକ ନଲାଗିବା ବି ସାମିଲ ଅଛି । ଦେଖିବାକୁ ଗଲେ ଭୋକ ନଲାଗିବା ଏକ ସାଧାରଣ ଲକ୍ଷଣ, କିନ୍ତୁ ଏହା କିଡନୀ ଫେଲ୍ ହେବାଠାରୁ କର୍କଟ ରୋଗ ପର୍ଯ୍ୟନ୍ତ ଇଶାରା ଦେଇଥାଏ । ଡାକ୍ତରଙ୍କ ମୁତାବକ, ଭୋକ ନଲାଗିବାର ଅନେକ କାରଣ ହୋଇପାରେ । ଯେଉଁଥିରେ କୋଷ୍ଟକାଠିନ୍ୟ, ପାଚନ ସମ୍ବନ୍ଧୀୟ ସମସ୍ୟା, ଖରାପ ଖାଦ୍ୟପାନୀୟ, ଭୁଲ ସମୟରେ ଖାଦ୍ୟ ଖାଇବାର ଅଭ୍ୟାସ ସାମିଲ ଅଛି । ସେହିପରି ଦୀର୍ଘ ସମୟ ପର୍ଯ୍ୟନ୍ତ ଭୋକ ନଲାଗିବାର ସ୍ଥିତିକୁ ଡାକ୍ତରୀ ଭାଷାରେ ଏନୋରେକ୍ସିଆ କୁହାଯାଏ ।
– ଖାଦ୍ୟ ପ୍ରତି ଆଗ୍ରହ ନହେବା
– ସାମାନ୍ୟ ଖାଇବା ପରେ ପେଟ ଭରିଯିବା
– ଖାଇବା ସମୟରେ ଥକାପଣ ଅନୁଭବ ହେବା, ଖାଇବା ଅଧାରୁ ଉଠିଯିବା
– ନିଜ ମନପସନ୍ଦର ଖାଦ୍ୟ ଦେଖିଲା ପରେ ଉତ୍ସାହ ନହେବା
– ଖାଦ୍ୟ ଗିଳିବା ଏବଂ ଚୋବାଇବାରେ ସମସ୍ୟା
୧) ଭୋକ ନହେବାର ପ୍ରମୁଖ କାରଣ ଚିନ୍ତା । ଏହାସହିତ ନିମୋନିୟା, ହେପାଟାଇଟିସ୍, ଲିଭର ଫୁଲିବା ବା ଜଳାପୋଡା ହେବା, କଡନୀ କର୍କଟର ଲକ୍ଷଣ ହେବାର ସମ୍ଭାବନା ରହିଛି । ସେଥିପାଇଁ ଭୋକ ବଢାଇବା ପାଇଁ କିଛି ଉପାୟ ଆପଣାନ୍ତୁ ।
୨) ସବୁଠାରୁ ମହତ୍ୱପୂର୍ଣ୍ଣ ହେଉଛି ନିୟମିତ ସକାଳୁ ବ୍ୟାୟାମ କରିବା । ବ୍ୟାୟାମ କରୁଥିବା ବ୍ୟକ୍ତି କଦାପି ଭୋକ ନହେବାର ଅନୁଭବ କରନ୍ତି ନାହିଁ । ଖାଦ୍ୟ ଖାଇବାର ସମୟ ଏବଂ ମାତ୍ରା ନିର୍ଦ୍ଧାରି କରନ୍ତୁ । ଏହି ନିୟମକୁ ପାଳନ କରିବା ଦ୍ୱାରା ଠିକ୍ ସମୟରେ ଭୋକ ଲାଗିଥାଏ ।
୩) ଭୋକ ବଢାଇବା ଜିନିଷ ସେବନ କରନ୍ତୁ । ଯେପରିକି ସେଓ ଜୁସ୍, ମୂଳା, ଜୁଆଣି, କଳାଲୁଣ, ଗୁଜୁରାତି ।
୪) ମସ୍ତିଷ୍କର ହାଇପୋଥ୍ୟାଲେମସ ବିଶିଷ୍ଟ ଅଂଶ ହିଁ ଭୋକ ନିୟନ୍ତ୍ରଣ କରିଥାଏ । ଏହି ଅଂଶକୁ ଜାଗୃତ ରଖିବା ପାଇଁ ପ୍ରାଣାୟମ କରନ୍ତୁ । ଯଦି ଏଭଳି କରିବା ପରେ ବି ଭୋକ ଲାଗୁ ନାହିଁ ତେବେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ଭୋକ ବଢାଇବା ପାଇଁ ମେଡିସିନ୍ ଦୋକାନରେ ଅନେକ ଟନିକ୍ ଉପଲବ୍ଧ ଅଛି । କିନ୍ତୁ ଏହାକୁ ଡାକ୍ତରଙ୍କ ପରାମର୍ଶ କ୍ରମେ ହିଁ ନିଅନ୍ତୁ ।
Shakespeare, in the beautiful garden, among the party. Some of the hall: in fact she was ever to.
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।
ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍ ସୁଫଳ ମିଳିଥାଏ।