Loading...

ଗୁଜୁରାଟ ସମୁଦ୍ର କୂଳରେ ଲାଗିଲା ବିରାଟ କାୟ ତିମି ଛୁଆ

ଗୁଜୁରାଟ ସମୁଦ୍ର କୂଳରେ ଲାଗିଲା ବିରାଟ କାୟ ତିମି ଛୁଆ

ଆରବସାଗରୁ ତିମି ଛୁଆଟି ଭାସି ଆସି କୂଳରେ ଲାଗିଛି । ଯାହାର ଓଜନ ପାଖା ପାଖି 2 ଟନ ହେବ ଏବଂ ଏହାର ଲମ୍ବ 20 ରୁ 25 ଫୁଟ ହେବ ବୋଲି ସୂଚନା ଦେଛନ୍ତି ।

ଗୁଜୁରାଟ ଆଲଫା ତହସିଲ ଅନ୍ତର୍ଗତ ମୋର୍‌ ଗାଁ ସମୁଦ୍ରକୂଳରେ ଦେଖିବାକୁ ମିଳିଛି ଏକ ବିରାଟ କାୟ ତିମି ଛୁଆ । ମୋର୍‌ ଗାଁ ଜଣେ ଯୁବକ ସନ୍ଧ୍ୟରେ ସମୁଦ୍ରରୁ ମାଛ ଧରି ଘରକୁ ଫେରିବା ବେଳେ କୂଳରେ ଏକ ବଡ଼ ତିମି ଛୁଆ ଲାଗିଥିବା ଦେଖିଥିଲେ । ଏହା ପରେ ଯୁବକ ଜଣକ ଗ୍ରାମର ସବୁ ଲୋଙ୍କୁ ଜଣାଇଥିଲେ । ଜଳ ଅଭାବରୁ ବିରାଟକାୟ ମାଛଟି ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଯାହାଫଳରେ ସ୍ଥାନୀୟ ଗ୍ରାମବାସୀ ତିମି ଛୁଆ ଉପରେ ସମୁଦ୍ର ପାଣି ଢାଳି ତାର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । ଏହା ପରେ ଖବର ପାଇ ବନବିଭାଗ ଘଟଣା ସ୍ଥଳରେ ପହଞ୍ଚି ବିରାଟକାୟ ମାଛଟିର ଜୀବନ ବଞ୍ଚାଇବା କାର୍ଯ୍ୟରେ ଲାଗି ପଡିଥିଲା । 

ବନବିଭାଗ କର୍ମଚାରୀ ଦୀପକ ପଟେଲ ସୂଚନା ଦେଇଛନ୍ତି ଆରବସାଗରୁ ତିମି ଛୁଆଟି ଭାସି ଆସି କୂଳରେ ଲାଗିଛି । ଯାହାର ଓଜନ ପାଖା ପାଖି 2 ଟନ ହେବ ଏବଂ ଏହାର ଲମ୍ବ 20 ରୁ 25 ଫୁଟ ହେବ ବୋଲି ସୂଚନା ଦେଛନ୍ତି । ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ମାଛଟି ଜୁଆର ପାଣିରେ ଫସିଯାଇଥିବାରୁ ସମୁଦ୍ର କୂଳରେ ଆସି ଲାଗିଛି । ଯଦି ଏହି ବିରାଟକାୟ ମାଛଟି ଜୀବିତ ରୁହେ ତାହାଲେ ପୁଣି ଏହା ସମୁଦ୍ରକୁ ଫେରିଯିବ ବୋଲି ସୂଚନା ମିଳିଛି । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.