Loading...

ଟଙ୍କାର ପାହାଡ ଉପରେ ମଦଭାଟି ମାଲିକ, ଜବତ ହେଲା ମୋଟ ୪୫୪.୫ କୋଟି ଟଙ୍କା

ଟଙ୍କାର ପାହାଡ ଉପରେ ମଦଭାଟି ମାଲିକ, ଜବତ ହେଲା ମୋଟ ୪୫୪.୫ କୋଟି ଟଙ୍କା

୬ଦିନର ନନଷ୍ଟପ୍ ରେଡ୍ ଭିତରେ ପ୍ରାୟ ୪୫୪.୫ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ । ଆୟକର ବିଭାଗ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି।

ଗତ ୬ ଦିନ  ଧରି ଶହ ଶହ କୋଟି ଟଙ୍କାର ଫଟୋ ଓ ଖବର ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଓଡ଼ିଶାର ବୌଦ୍ଧ, ବଲାଙ୍ଗୀର, ରାୟଗଡ଼ା, ସମ୍ବଲପୁର, ପଶ୍ଚିମବଙ୍ଗର କୋଲକାତା, ଝାଡ଼ଖଣ୍ଡର ରାଞ୍ଚି, ଲୋହରଦଗାଠାରେ ଥିବା ବଳଦେବ ଗ୍ରୁପ ଆଣ୍ଡ କମ୍ପାନିର ବିଭିନ୍ନ ମଦଭାଟି, ଡିଷ୍ଟେଲାରି, ଫ୍ଲାଇଆସ ଫ୍ୟାକ୍ଟ୍ରି ପ୍ରଭୃତିରେ ଆୟକର ବିଭାଗ ପକ୍ଷରୁ ଗତ ବୁଧବାରରୁ ଏକକାଳୀନ ଚଢ଼ଉ ପରେ ଟଙ୍କାର ପାହାଡ଼ ମିଳିଛି। ୬ଦିନର ନନଷ୍ଟପ୍ ରେଡ୍ ଭିତରେ ପ୍ରାୟ  ୪୫୪.୫ କୋଟି ଟଙ୍କା ଜବତ କରିଛି ଆୟକର ବିଭାଗ । ଆୟକର ବିଭାଗ ଓଡ଼ିଶା ଓ ଝାଡ଼ଖଣ୍ଡରୁ ଏପର୍ଯ୍ୟନ୍ତ ମୋଟ ୪୫୪ କୋଟି ୫୦ ଲକ୍ଷ ଟଙ୍କା ଜବତ କରିଥିବା ଜଣାପଡ଼ିଛି। ନଗଦ ଟଙ୍କା ଜବତ କ୍ଷେତ୍ରରେ ଏହା ଆୟକର ବିଭାଗ ଇତିହାସର ଦ୍ବିତୀୟ ସର୍ବବୃହତ୍ ଓ ଗତ ୪୨ବର୍ଷ ମଧ୍ୟରେ ସର୍ବକାଳୀନ ରେକର୍ଡ। ତେବେ କେବଳ ଓଡ଼ିଶାରୁ ୪୪୮ କୋଟି ୫୦ ଲକ୍ଷ ଜବତ କରାଯାଇଛି। ଯାହାକି ଓଡ଼ିଶା ଆୟକର ଇତିହାସର ପ୍ରଥମ।

ସୂଚନାନୁସାରେ, କେବଳ ବଲାଙ୍ଗୀରରୁ ସର୍ବାଧିକ ୪୦୦ କୋଟି ଟଙ୍କା ଜବତ କରାଯାଇଥିବା ବେଳେ ସମ୍ବଲପୁରରୁ ୩୭.୫୦କୋଟି ଓ ଟିଟ୍‌ଲାଗଡ଼ରୁ ୧୧କୋଟି ଟଙ୍କା ଜବତ କରାଯାଇଛି। ଜବତ ଟଙ୍କାକୁ ସ୍ଥାନୀୟ ପିଡି ଆକାଉଣ୍ଟରେ ଜମାକରାଯାଇଛି। ବଲାଙ୍ଗୀରରୁ ୬୦ କିଲୋ ସୁନା ଜବତ ହୋଇଥିବାର ମଧ୍ୟ ଖବର ମିଳିଛି। ପ୍ରତିଦିନ ଓଡ଼ିଶାରୁ ପୁଳା ପୁଳା ଟଙ୍କା ଜବତ ପରେ ଏବେ ରାଜ୍ୟ ବାହାରୁ ମଧ୍ୟ ଟଙ୍କା ଜବତ ଆରମ୍ଭ ହୋଇଛି। ଆଜି ଆୟକର ଟିମ୍‌ ଝାଡ଼ଖଣ୍ଡରୁ ୬କୋଟି ନଗଦ ଟଙ୍କା ଜବତ କରିଛି। ଝାଡ଼ଖଣ୍ଡ ସ୍ଥିତ ଜୟଶ୍ବାଲ ଟ୍ରେଡର୍ସରେ ଚଢ଼ଉ ବେଳେ ଏହି ଟଙ୍କା ଜବତ କରାଯାଇଛି। ଜବତ ଟଙ୍କାକୁ ସ୍ଥାନୀୟ ଅଞ୍ଚଳର ଜାତୀୟକରଣ ବ୍ୟାଙ୍କ ପିଡି ଆକାଉଣ୍ଟରେ ଜମା କରାଯାଇଛି। ସେଠାରୁ ଆହୁରି ଅଧିକ ଟଙ୍କା ମିଳିବ ବୋଲି ଜଣେ ଅଧିକାରୀ କହିଛନ୍ତି।

 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.